ଲଘୁଚାପ ଜନିତ ବର୍ଷା ରେ ଜନ ଜୀବନ ଅସ୍ତବ୍ୟସ୍ତ

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର ନୂଆଗାଁ :- ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରୀ ଗ୍ରାମ ପଞ୍ଚାୟତ ର ଡାକଢୋଲ ଗ୍ରାମ ର ରାସ୍ତାର‌‌ ଅବସ୍ଥା ଦୟନୀୟ ଅବସ୍ଥାରେ କିଛି ବର୍ଷ ହେଲା ପଡ଼ିରହିଛି । ୨୦୧୬ ମସିହାରେ ଥୁଆବାରି ଠାରୁ ଆରମ୍ଭ କରି ଡାକଢୋଲ ଗ୍ରାମ ଦେଇ ଆଡିପଡା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ କାମ ଆରମ୍ଭ ବେଳେ , କନ୍ଟାକଟର ପ୍ରାୟ ଚାରି କିଲୋମିଟର ପର୍ଯ୍ୟନ୍ତ ରାସ୍ତା କୁ ସମ୍ପୁର୍ଣ୍ଣ କରି ଡାକଢୋଲ ଠାରୁ ଆଡିପଡା ପର୍ଯ୍ୟନ୍ତ ରାସ୍ତା କୁ ନ କରି ଛାଡ଼ି ଦେଇଥିଲେ ।

କିନ୍ତୁ ଏବେ ଦୁଇ ଦିନ ର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏହି ରାସ୍ତା ମରଣଯନ୍ତା ପାଲଟିଛି , ଯାହାଫଳରେ ଲୋକ ମାନେ ଜରୁରୀ କାମ ପଡ଼ିଲେ ମଧ୍ୟ ଯାଇପାରୁ ନଥିବାବେଳେ ରୋଗୀ ମାନେ ଚିକିତ୍ସିତ ହେବା ପାଇଁ ମେଡିକାଲ କୁ ଯାଇ ପାରୁନାହାଁନ୍ତି ଏବଂ ତା ସହ ଗ୍ରାମ ରେ ପାଠ ପଢିବା ପାଇଁ ସୁବିଧା ନଥିବା ବେଳେ ପିଲା ମାନେ ପାଠପଢିବାକୁ ଯାଈ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଲଗାଣ ବର୍ଷା ଯୋଗୁଁ ଦୁରୁଦୁରା ଗ୍ରାମ ର ଗଙ୍ଗାଧର ସାହୁ ଏବଂ କାପ୍ତା ପଲ୍ଲୀ ପଞ୍ଚାୟତ ର ସୀମା ଗ୍ରାମ ର ହେମ ବେୱା ସୋଇଥିବା ବେଳେ ଘର ଭାଙ୍ଗି ଯାଇଥଲା ।

ଦୁରୁ ଦୁରା ଓ ଉଦୟପୁର ପଞ୍ଚାୟତ ର ଗ୍ରାମ ଗୁଡ଼ିକ ଜଳମଗ୍ନ ହେବା ସହ ଗମନା ଗମନ ରାସ୍ତା ଉପରେ ୩ ଫୁଟ ପାଣି ଯିବା ଦ୍ଵାରା ଯାତାୟାତ ବାଧାପ୍ରାପ୍ତ ହୋଇଛି । ସଂପଡ଼ା ଗ୍ରାମ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ଉପରେ ଗଛ ଭାଙ୍ଗି ପଡ଼ିଯିବା ଦ୍ଵାରା ,ଜାତୀୟ ରାଜପଥ ୩ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ନୂଆଗାଁ ଦମକଳ ବାହିନୀ ପହଞ୍ଚି ଗଛ କାଟି ବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version