ବାଲିଚନ୍ଦ୍ରପୁର ଥାନାରେ କାମ କରୁନି ମୋ ସରକାର : ଜନସାଧାରଣ ଙ୍କୁ ସେବା ଦେବାରେ ବିଫଳ

10 ମାସର ଛୁଆ ଫେରି ପାଇବା ମା ର ଆକୁଳ କ୍ରନ୍ଦନ ଶୁଣିଲେନି ଥାନା ଅଧିକାରୀ କୁ 11 ଘଣ୍ଟାପରେ ରଖିଲେ ଏତଲା । ମା ର ବ୍ୟାକୁଳତା ମୋ ଦଶ ମାସର ଛୁଆ କ୍ଷୀର ନ ପାଇ ବଞ୍ଚିଛି କି କଣ ମୁଁ ଜାଣିନାହିଁ ।

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର ) ବଡ଼ଚଣା :- ରାଜ୍ୟ ସରକାରଙ୍କ ନାରା ଗାଁ କୁ କାମ ଓ ମାକୁ ସମ୍ମାନ ,କେତେକ ସ୍ଥାନରେ କେବଳ ସ୍ଲୋଗାନ ରେ ରହିଯାଇଛି । କିଛି ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ପାଇଁ ଆଜି ସରକାର ଙ୍କ ଏହି ଯୋଜନା ଦିଗହରା ହେଉଥିବା ର ଦେଖିବାକୁ ମିଳୁଛି । ଆହୁରୀ ମଧ୍ୟ ପୋଲିସ ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ ସରକାର 5 ଟି କରି ଜନସାଧାରଣ ଙ୍କୁ ସେବା ଯୋଗାଇ ଦେବା ଓ ପୋଲିସ ବିଭାଗ ରେ ସ୍ୱଚ୍ଛତା ଆଣିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । କିନ୍ତୁ ବାଲିଚନ୍ଦ୍ରପୁର ଥାନାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଭରତପୁର ର ଗ୍ରାମ ଇଲା ଜେନା ନାମକ ଦଳିତ ମହିଳା ନିଜ,ସ୍ୱାମୀ ଶଶୁର, ଶାଶୁ ଓ ଦିଅର ଠାରୁ ମାଡ଼ ଖାଇ ନିଜ10ମାସର ପିଲାକୁ ଫେରାଇ ଆଣିବା ପାଇଁଥାନା ର ଦ୍ୱାରସ୍ଥ ହୋଇଥିଲେ ।

ଉକ୍ତ ଥାନାରେ ଦୀର୍ଘ 11 ଘଣ୍ଟା ଧରି ଥାନା ବାରଣ୍ଡାରେ ଅପେକ୍ଷା କରିଥିଲେ ମଧ୍ୟ ଥାନା ଅଧିକାରୀଣି ଏହି ଘଟଣା କୁ ତିଳେ ହେଲେ କର୍ଣ୍ଣପାତ କରି ନ ଥିଲେ । ଏବଂ ଗୁରୁତ୍ୱର ମାଡ ଖାଇ ଆସିଥିବା ମହିଳାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇ ନ ଥିଲେ । କି ନିରୀହ ଗରିବ ଦଳିତ ମହିଳା ଙ୍କୁ ଥାନା ପକ୍ଷ ରୁ ପାଣି ଗ୍ଲାସ ଟିଏ ମଧ୍ୟ ଦିଆଯାଇ ନ ଥିଲା । ସେହି ମହିଳା ଟି ଥାନା ଆଗରେ ଥିବା ଚାନ୍ଦିନୀରେ ବସି କାନ୍ଦୁଥିବା ର କିଛି ଗଣମାଧ୍ୟମ ପ୍ରତିନିଧିମାନଙ୍କ ଦୃଷ୍ଟି ରେ ପଡିଥିଲା । ତାଙ୍କୁ କାନ୍ଦିବାର କାରଣ ପଚାରିବାରୁ ସେ କହିଥିଲେ ଯେ ମୁଁ ସକାଳ 8 ଟା ରୁ ଏହି ଥାନା ଆଗରେ ବସିଛି ମୋ 10 ମାସ ର କ୍ଷୀର ଖିଆଛୁଆ ଟି ବଞ୍ଚିଛି କି ମରିଯାଇଛି ମୁ ଜାଣିନି ମୋତେ ମୋ ଶାଶୁ ,ଶଶୁର ,ଦିଅର ,ସ୍ୱାମୀ ,ମିଶି ମୋତେ ମାଡ ମାରି ମୋ ଛୁଆକୁ ଜବରଦସ୍ତ ମୋଠାରୁ ଛଡାଇ ରଖିଛନ୍ତି ।

ମୁଁ ଥାନାରେ ଯେତେ ନେହୁରା ହୋଇ କହିଲେ ମଧ୍ୟ ମୋକଥା କେହି ଶୁଣୁ ନାହାଁନ୍ତି କି ମୋ ଏତଲା କୁ ନେଉ ନାହାନ୍ତି କି ମୋ ଛୁଆ କୁ ଆଣିବା ପାଇଁ ଯାଉନାହାନ୍ତି।ଖାଲି କହୁଛନ୍ତି ହଉ ଯିବା ରୁହ ହଉ ଯିବା ରୁହ ଗାଡି ଆସୁ , ସକାଳ 8 ରୁ ରାତି7 ଟା ହେଲାଣି କିଛି କରୁନାହାନ୍ତି କହି ଭୋ ଭୋ ହୋଇ କାନ୍ଦି ପକାଇଥିଲା । ମାଡ଼ ଖାଇ ଗଭୀର ଆହତ ହୋଇଥିଲେ ମଧ୍ୟ । ନିଜ ଛୁଆ ଟି ପାଇଁ ସବୁ ଯନ୍ତ୍ରଣା କୁ ଭୁଲି କେବଳ ଛୁଆ କୁ ଟିକେ କ୍ଷୀର ଦେବ ବୋଲି ବ୍ୟାକୁଳ ନିବେଦନ ସମସ୍ତଙ୍କୁ କରୁଥିଲେ । ଏହି ବିଷୟରେ ଥାନା ଅଧିକାରୀଣି ବିଜୟିନୀ ମଲ୍ଲଙ୍କୁ ପଚାରିବାରୁ ସେ କହିଲେ । ମୋତେ ଜଣା ନାହିଁ । ଏହି ସମୟରେ କିଛି ଯୁବ ନେତା ଓ ଗଣମାଧ୍ୟମ ପ୍ରତିନିଧି ମାନେ ଅନୁରୋଧ କରିବାରୁ ତାଙ୍କୁ ଥାନା ଗାଡ଼ିରେ ତାଙ୍କୁ ନିଆ ଯାଇଥିଲା ।

ଏବଂ ପରବର୍ତ୍ତୀ ପଦକ୍ଷେପ କଣ ହେଲା ଥାନା ଅଧିକାରୀଣିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇ ପାରି ନ ଥିଲା । ଏଣୁ ଏହିଥିରୁ ଆନୁମାନ କରି ପାରୁଥିବେ କିପରି ଚାଲୁଛି ଏହି ଥାନାରେ ଆଇନ କାନୁନ ଜନସାଧାରଣ ଙ୍କୁ ନ୍ୟାୟ ଦେବାତ ଦୂର ର କଥା ଜଣେ ନିରୀହ ଦଳିତ ମହିଳା ଙ୍କ ଏତେଲା ରଖିବାକୁ ସକାଳୁ ସଞ୍ଜ ହୋଇଗଲା । କିପରି ମୋ ସରକାର ନିୟମ କୁ ପାଳନ କରୁଛନ୍ତି ଥାନା ଅଧିକାରୀ ମାନେ । ଏଠାରେ ପ୍ରଶ୍ନ ଉଠେ ଯେ ସରକାର 5 ଟି ନିୟମ ଅଛି ଯଦି କୌଣସି ବ୍ୟକ୍ତି ଥାନାକୁ କୌଣସି ଅଭିଯୋଗ ନେଇ ଆସେ ତାହେଲେ ଅଧିକାରୀ ମାନେ ତାଙ୍କ କଥା ଶୁଣି ତୁରନ୍ତ ପଦକ୍ଷେପ ନେବା କଥା । ଓ ଅଭିଯୋଗ କାରୀଙ୍କୁ ବସାଇ କିଛି ଜଳ ପାନ କରାଇ ବିନା ପଇସା ରେ ତାଙ୍କୁ ଏତଲା କପି ଦିଆଯିବା କଥା।ବିଶେଷ କରି ମହିଳା ମାନଙ୍କଅଭିଯୋଗ କୁ ଗୁରୁତ୍ୱ ସହ ନିଆଯିବା କଥା ।

କିନ୍ତୁ ଏହି ଥାନାରେ ଏହାର ବିପରୀତ ହେଉଛି । ସବୁ ଠାରୁ ବଡ କଥା ହେଲା ଏହି ଥାନା ଅଧିକାରୀ ଜଣେ ମା ହୋଇ କିପରି ଜଣେ ମାର ଛୁଆ ପ୍ରତି ବ୍ୟାକୁଳତା ବୁଝିପାରିଲେ ନାହିଁ । ବୁଝିବାକୁ ଦୀର୍ଘ 11 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗିଲା । ପୁଣି କିଛି ଅନୁରୋଧ କ୍ରମେ । ଏହି ଘଟଣା ପ୍ରସାରିତ ହେବା ପରେ ବୁଦ୍ଧି ଯିବି ମହଲରୁଏହାକୁ ନାପସନ୍ଦ କରାଯିବ ସହ ଉଚ୍ଚ କର୍ତ୍ତୃପକ୍ଷ ଡି,ଜି କିମ୍ବା ଏସପି ମହୋଦୟ ଏହାର ତଦାରଖ କରି ସତ୍ୟା ସତ ପ୍ରକାଶ କରି ବିହିତ କାର୍ଯ୍ୟ ନୁଷ୍ଠାନ ନେଲେ ଏ ଅଞ୍ଚଳବାସୀ ଙ୍କ ପୋଲିସ ପ୍ରଶାସନ ପ୍ରତି ଆସ୍ଥା ବଢିବ ବୋଲି ଶୁଣିବାକୁ ମିଳିଛି । (ଛତିଆ ରୁ ଚନ୍ଦ୍ରଶେଖର ପୃଷ୍ଟି )

Exit mobile version