‘ଓଡ଼ିଶାରେ ଦୃଷ୍ଟିହୀନ ଶିକ୍ଷାର ଇତିହାସ’ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ସୋମବାର ) ଭୁବନେଶ୍ୱର :- ଜେକେବିକେ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଧୀରେନ୍ଦ୍ର କୁମାର ଷଡଙ୍ଗୀଙ୍କ ଦ୍ୱାରା ଲିଖିତ ‘ଓଡ଼ିଶାରେ ଦୃଷ୍ଟିହୀନ ଶିକ୍ଷାର ଇତିହାସ’ ପୁସ୍ତକକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ଉନ୍ମୋଚନ କରି ଏଭଳି ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି । ଲେଖକ ଡ. ଷଡଙ୍ଗୀ ଏହାର ବ୍ରେଲି ସଂସ୍କରଣ ପ୍ରକାଶନ ନିମନ୍ତେ ଅନୁରୋଧ କରିଥିଲେ ।

ରାଜ୍ୟପାଳ ଏଥି ନିମନ୍ତେ ବ୍ରହ୍ମପୁରରେ ଥିବା ରେଡ୍‌କ୍ରସ୍‌ ବ୍ରେଲି ପ୍ରେସ୍‌କୁ ପରାମର୍ଶ ଦେବେ ବୋଲି କହିଥିଲେ । ଭାରତରେ ଦୃଷ୍ଟିହୀନ ଶିକ୍ଷା ଇତିହାସ ସଂମ୍ବନ୍ଧିତ ଏହା ପ୍ରଥମ ପୁସ୍ତକ ହୋଇଥିବାରୁ ଏହାର ହିନ୍ଦୀ ଓ ଇଂରାଜୀ ଅନୁବାଦ କାର୍ଯ୍ୟ ଆଗେଇ ଚାଲିଛି ଏବଂ ଖୁବ୍‌ଶୀଘ୍ର ପ୍ରକାଶିତ ହେବ ବୋଲି ଡ. ଷଡଙ୍ଗୀ ସୂଚନା ଦେଇଥିଲେ । ଉନ୍ମୋଚନ ଉତ୍ସବରେ ଲେଖକଙ୍କ ପନିୀ ଶାନ୍ତିଲତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

Exit mobile version