ବାଲେଶ୍ୱର ,ରିପୋର୍ଟ / ଦୀପ୍ତିମାନ୍ ପତି (ଓଡିଶା ତାଜା ନ୍ୟୁଜ୍ ) ଜଳେଶ୍ୱର ଡିଜିପିଙ୍କ ଗସ୍ତ ,ସୋମବାର ,ଏପ୍ରିଲ 20.4.2020 :- ରାଜ୍ୟରେ କୋରନା ଆକ୍ରାନ୍ତ ସଂଖ୍ୟା ୭୪ ଛୁଇଁବା ପରେ ରାଜ୍ୟ ସରକାର ଓ ପୋଲିସ ମହାନିର୍ଦେଶକ ଅଧିକ ତତ୍ପର ହୋଇ ଉଠିଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ କଲିକତା ଲିଙ୍କ ଥିବା ଜଣା ପଡ଼ିଛି । ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାରୁ ଅଧିକାଂଶ ଲୋକ ପ୍ରତକ୍ଷ ପରୋକ୍ଷ ଭାବେ ପଶ୍ଚିମବଙ୍ଗ, ଓ କଲିକତା ସହର ସହିଟ ଜଡିତ ଥାଆନ୍ତି । ଆମ ରାଜ୍ୟର ବାଲେଶ୍ଵର ଓ ମୟୁରଭଂଜ ଜିଲ୍ଲାର ସୀମାକୁ ପଶ୍ଚିମ ବଙ୍ଗ ରାଜ୍ୟର ସୀମା ଅନେକ ସ୍ଥାନ ସହିତ ସଂଯୋଗ ରହିଛି । ତେବେ କୋରୋନା ମୁକାବିଲା ପାଇଁ ରାଜ୍ୟର ଦେଇ ଯାଇଥିବା ଜାତୀୟ ରାଜପଥ, ରାଜ୍ୟପଥ, ସହିତ ସମସ୍ତ ଗ୍ରାମାଞ୍ଚଳ ରାସ୍ତାକୁ ସିଲ କରାଯାଇଛି । ଏହା ସତ୍ତ୍ୱେ ବି କିଛିଲୋକ ଲୁଚିଛପି ରାଜ୍ୟ ଭିତରକୁ ପସିଆସୁଛନ୍ତି । ଯାହାକି ରାଜ୍ୟସରକାର ଓ ପ୍ରଶାଶନ ପାଇଁ ମୁଣ୍ଡ ବିନ୍ଧା ସାଜିଛି । ତେବେ ଏହି ସମସ୍ୟାର ପ୍ରତ୍ୟକ୍ଷ ନିରୀକ୍ଷଣ ଓ ତତ୍ୱବଧାନ ପାଇଁ ଓଡିଶା ପୋଲିସ ମହାନିର୍ଦେଶକ ଶ୍ରୀଯୁକ୍ତ ଅଭୟ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାଗସ୍ତରେ ଆସି ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି । ଏହି ଖବର ଆସିବା ପରେ ଉଭୟ ଜିଲ୍ଲାର ପୁଲିସ ମହକମାରେ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମଳିଛି ।
ଡିଜିପିଙ୍କ ଗସ୍ତ : ବାଲେଶ୍ୱର, ମୟୁରଭଞ୍ଜ ପୋଲିସ ତତ୍ପର ।

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ
by
Proprietor Abhimanyu Maharana
September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ
by
Proprietor Abhimanyu Maharana
September 12, 2026
ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା
by
Proprietor Abhimanyu Maharana
September 12, 2026
ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ
by
Proprietor Abhimanyu Maharana
September 12, 2026
ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ
by
Proprietor Abhimanyu Maharana
September 12, 2026
ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ
by
Proprietor Abhimanyu Maharana
September 11, 2026