୫ଟି ସରକାରଙ୍କ ନିର୍ଦ୍ଦେଶରେ ଡିଜିପି ଆୱାଡ଼ ପାଇଲେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଆର.ଉଦୟଗିରି ଥାନାର – ଏସ.ଆଇ.ହେମନ୍ତ ସେଠୀ

ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ କାର୍ଯ୍ୟରତ ଥିବା ପୁଲିସ କର୍ମଚାରୀ ମାନେ ନିଜର କାର୍ଯ୍ୟ ଓ ଜନସାଧାରଣଙ୍କୁ ଠିକ ସମୟରେ ନ୍ୟାୟ ପ୍ରଦାନ କରିବା ଏବଂ ଲୋକଙ୍କ ସହ ସୁସମ୍ପର୍କ ରଖିବା ସହ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇ ପାରିଛନ୍ତି। ଅନେକ ସମୟରେ ନିଜ ପରିବାରକୁ ପଛରେ ପକାଇ କରୋନା ସମୟରେ ଲୋକଙ୍କୁ ସଚେତନ କରିବାରେ ଆଗଧାଡ଼ି ରେ ଥିବ ମୋହନା ଥାନା ଅଧିକାରୀ,ସୁଜିତ କୁମାର ନାୟକଙ୍କୁ ୫ଟି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡିଜିପିଙ୍କ ଦ୍ୱାରା ଆୱାଡ଼ ପ୍ରଦାନ କରାଯାଇଛି ।

ରବିବାର ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏସପି ଜୟରାମ ଶତପଥୀଙ୍କ ସମ୍ମିଳନୀ କକ୍ଷରେ ଏହି ଆୱ।ର୍ଡ଼ ପ୍ରଦାନ କରାଯାଇଛି। ଡ଼ିଜିପି ଆୱାର୍ଡ ପାଇ ଅଧିକାରୀ ନିଜକୁ ଧନ୍ୟ ମନେ କରିଛନ୍ତି। ସେହିଭଳି ଆର.ଉଦୟଗିରି ରେ କର୍ଯ୍ୟଗତ ଥିବା ଏସ.ଆଇ ହେମନ୍ତ ସେଠୀ ମଧ୍ୟ ବିଭିନ୍ନ ସମୟରେ ସଠିକ ଭାବରେ ଚାର୍ଜସିଟ ଦାଖଲ କରିବା ସହ ଲୋକଙ୍କୁ ସଚେତନ କରାଇ ବିଭିନ୍ନ ସମୟରେ

ଗଣ୍ଡଗୋଳକୁ ସମାଧାନ କରିବା ଓ ଲୋକଙ୍କୁ ସଦବ୍ୟବହାର ଦେଖାଉଥିବାରୁ ତାଙ୍କ କାର୍ଯ୍ୟକୁ ପ୍ରଶସାଂ କରି ଡିଜିପି ଆୱାର୍ଡ ପ୍ରଦାନ କରିଛନ୍ତି ଏସପି ଶ୍ରୀ ଶତପଥିଙ୍କ ଠାରୁ ଏହି ପୁରସ୍କାର ପାଇ ମୋହନା ଥାନା ଅଧିକାରୀ ଓ ଏସଆଇ ୫ଟି ସରକାର , ଡ଼ିଜିପି,ଏସପିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି ଜିଲ୍ଲାରେ ଅନ୍ୟ ତିନି ଜଣ ପୁଲିସ କର୍ମଚାରୀ ମଧ୍ୟ ପାଇଛନ୍ତି ଡ଼ିଜିପି ଆୱାର୍ଡ । (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version