ବିଦ୍ୟୁତ୍ କାଟ୍ କୁ ନେଇ ଜନସାଧାରଣ ରେ ତୀବ୍ର ଉତ୍ତେଜନା

ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ, କୋରଡ଼ା, ଜାକେଡ଼ା ଆଦି ପଞ୍ଚାୟତ ରେ ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁଁ ଉପଭୋକ୍ତା ଙ୍କ ସମେତ ଜନସାଧାରଣ ରେ ଅସନ୍ତୋଷ ଦେଖାଦେଇଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ନିରବ ଦ୍ରଷ୍ଟା ନୂଆଗାଁ ବିଦ୍ୟୁତ୍ ବିଭାଗ । ଏପରିକି ଅଧିକାଂଶ ସମୟ ରାତି ସାରା ବିଦ୍ୟୁତ୍ ରହୁନଥିବା ଯୋଗୁଁ ଗ୍ରାମ ଗୁଡ଼ିକ ଅନ୍ଧକାର ମୟ ହୋଇ ରହୁଛି । ପ୍ରାକୃତିକ ପରିବେଶ ମଧ୍ୟରେ ଖାଲମଡ଼ା, ବୁଢ଼ାବାରି,ଭେଟ ପଲ୍ଲୀ,ଆମ୍ବଝରି , ସିମିଳି ସାହି, ଜାକେଡ଼ା ଆଦି ଗ୍ରାମ ଗୁଡ଼ିକ ରହୁଥିବାରୁ ବିଦ୍ୟୁତ୍ ସମସ୍ୟା ଯୋଗୁଁ ବନ୍ୟଜନ୍ତୁ,ସରୀସୃପ ସହିତ ଚୋରି ଭୟ ଦେଖାଦେଇଛି ।

ଏପରିକି ଅଧିକାଂଶ ସମୟ ବିଦ୍ୟୁତ୍ କାଟ୍ ଯୋଗୁ ନେଟୱର୍କ ସମସ୍ୟା ରହୁଥିବାରୁ ଛାତ୍ର ଛାତ୍ରୀ ଅନ୍ ଲାଇନ୍ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି।ସନ୍ଧ୍ୟା ହେଲେ ବିଦ୍ୟୁତ୍ ରହୁନଥିବା ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରୁ ନଥିବା ଜଣା ପଡ଼ିଛି।ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁଁ ଲୋକ ମାନେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ମାଧ୍ୟମରେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ।

ଅସହ୍ୟ ଗୁଳୁ ଗୁଳି ସହିତ ମଶା ମାନଙ୍କ ବୃଦ୍ଧି ଲୋକମାନଙ୍କ ନିଦ ହଜାଇ ଦେଇଛି । ହେଲେ ଏଥିପ୍ରତି ବିଦ୍ୟୁତ୍ ବିଭାଗ ର ପଦକ୍ଷେପ ଆକାଶ କଇଁଆ ଚିଲିକା ମାଛ।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଗଣେଶ ପୂଜା ଉତ୍ସବ ରେ ଯୋଗଦାନ ପାଇଁ ଖାଲମଡ଼ା ଗ୍ରାମ କୁ ଆସିଥିବା ବେଳେ ଗ୍ରାମ ର ଲୋକମାନେ ବିଦ୍ୟୁତ୍ ସମସ୍ୟା ନେଇ ଅଭିଯୋଗ କରିଥିଲେ ।

ଏହି ସମସ୍ୟା ର ଶିଘ୍ର ଦୂରୀକରଣ ପାଇଁ ବିଧାୟକ କହିଥିଲେ । ଏହି ସମସ୍ୟା ପ୍ରତି ବିଭାଗୀୟ ମନ୍ତ୍ରୀ,ଦଶପଲ୍ଲା ବିଧାୟକ ଏବଂ ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନେବା ସହ ସୁପ୍ତ ଅବସ୍ଥାରେ ଥିବା ବିଦ୍ୟୁତ୍ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଜନସାଧାରଣ ଦାବୀ କରିଛନ୍ତି ।

Exit mobile version