ହିଞ୍ଜିଳିକାଟୁ,ରିପୋର୍ଟ /ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ବୃଦ୍ଧଙ୍କ ମୁମ୍ବାଇରେ ମୃତ୍ୟୁ ହିଞ୍ଜିଳିକାଟୁ, 20.4.2020 ଏପ୍ରିଲ, ସୋମବାର :- ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରୀ ରହିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ଏଯାବତ୍ କୌଣସି ପ୍ରତିଷେଧକ ଔଷଧ ବାହାରି ନଥିବା ବେଳେ କେବଳ ସାମାଜିକ ଦୁରତ୍ୱ ରକ୍ଷା ମାଧ୍ୟମରେ ରୋକାଯାଇ ପାରିବ ବୋଲି ସରକାର ଏବଂ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ତେବେ ସୋମବାର ହିଂଜିଳିକାଟୁ ବ୍ଳକ ଅଂଚଳର ଜଣେ ୫୮ ବର୍ଷ ବୟସର ଜଣେ ବୃଦ୍ଧ ମହାରାଷ୍ଟ୍ର ମୁମ୍ବାଇରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସୋମବାର ସକାଳ ପ୍ରାୟ ୯ ଘଂଟା ସମୟରେ ବୃଦ୍ଧ ଜଣକ ମୃତ୍ୟୁ ବରଣ କରିଥିବା ନେଇ ସଂପୃକ୍ତ ବୃଦ୍ଧଙ୍କ ପରିବାର ସଦସ୍ୟ ହିଂଜିଳିକାଟୁ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥଙ୍କୁ ଫୋନ୍ ଯୋଗେ ସୂଚନା ଦେଇଥିଲେ । ପରେ ଘଟଣା ନେଇ ବ୍ଳକ ଅଧ୍ୟକ୍ଷ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ । ପ୍ରକାଶ ଥାଉକି, ମୃତ୍ୟୁ ବରଣ କରିଥିବା ବୃଦ୍ଧଙ୍କ ସ୍ତ୍ରୀ ମଧ୍ୟ କରୋନା ଭୁ୍ତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଗତ ୧୫ ଦିନ ପୂର୍ବେ ବୃଦ୍ଧ ଏବଂ ତାଙ୍କ ସ୍ତ୍ରୀ ଥଣ୍ଡା ଓ ଜ୍ଜରରେ ଆକ୍ରାନ୍ତ ହୋଇଥିଲେ । ବୃଦ୍ଧଙ୍କ ପୁଅ ଉଭୟ ମା ଓ ବାପାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରି କେଉଁଆଡ଼େ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ତେବେ ଗତ ୫ ବର୍ଷ ଧରି ସଂପୃକ୍ତ ପରିବାରର କୌଣସି ସଦସ୍ୟ ସ୍ଥାନୀୟ ଗ୍ରାମକୁ ଫେରିନଥିବା ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ କହିଛନ୍ତି । ଘଟଣା ସଂପୃକ୍ତ ଗ୍ରାମରେ ପ୍ରଚାରିତ ହେବା ପରେ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏ ନେଇ କୌଣସି ଭୟଭୀତ ନହେବା ପାଇଁ ଗ୍ରାମବାସୀଙ୍କୁ ବ୍ଳକ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି ।
କରୋନା ଆକ୍ରାନ୍ତରେ ହିଂଜିଳି ଅଂଚଳର ଜଣେ ବୃଦ୍ଧଙ୍କ ମୁମ୍ବାଇରେ ମୃତ୍ୟୁ ହିଞ୍ଜିଳିକାଟୁ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ
by
Proprietor Abhimanyu Maharana
May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା
by
Proprietor Abhimanyu Maharana
May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ
by
Proprietor Abhimanyu Maharana
May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି
by
Proprietor Abhimanyu Maharana
May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ
by
Proprietor Abhimanyu Maharana
May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ
by
Proprietor Abhimanyu Maharana
May 6, 2026