ନୂଆଁଖାଇ ଦିନ ନିଷ୍ଠା ପରିବାର ର ରକ୍ତଦାନ ଶିବର

ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ରବିବାର ) ବରଗଡ଼ :-  ପଶ୍ଚିମ ଓଡ଼ିଶାର ମହାନ୍ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଅବସରରେ ନିଷ୍ଠା ଭବନ ଆନ୍ଧ୍ର କ୍ୟାମ୍ପ ,ଖଣ୍ଡହଥା ଠାରେ ନିଷ୍ଠା ପରିବାର ତରଫରୁ ଏକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏକ ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ଏମସ ର ଅସ୍ଥିଶଲ୍ୟ ଡାକ୍ତର ସୁଜିତ ତ୍ରିପାଠୀ ଓ ବରଗଡ଼ ଡିଏସପି ଶ୍ରୀ ଦୀପକ କୁମାର ଗୋଛାୟତ ଫିତା କାଟି ଶିବିର କୁ ଉଦ୍ଘାଟନ କରିଥିଲେ। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଆମ ଅଞ୍ଚଳ ର ଗର୍ବ ଓ ଗୌରବ ଡ଼ାକ୍ତର ସୁଜିତ ତ୍ରିପାଠୀ ଙ୍କୁ ନିଷ୍ଠା ପରିବାର ତରଫ ରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୂଆଁଖାଇ ଦିନରେ ରକ୍ତ ଦାନ ଶିବିର ଆୟୋଜନ କରିବା ସହ ନୂଆଁଖାଇ ର ପରମ୍ପରା ରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି ନିଷ୍ଠା ପରିବାର ବୋଲି ଅତିଥି ମାନେ କହିବା ସହ ପ୍ରଶଂସା କରିଥଲେ।ଏହି କାର୍ଯ୍ୟକ୍ରମ ରେ ଆମ ନିଷ୍ଠା ପରିବାର ର ଉପଦେଷ୍ଟା ଦୂର୍ବାଦଳ ଷଢ଼ଙ୍ଗୀ, ମନୋହର ସାହୁ, ଉତ୍ତମ ଦାସ, ନିଷ୍ଠା ର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ମଦନ ମୋହନ ଦାସ,ଓ କ୍ଷିରୋଦ୍ର ସାହୁ ପ୍ରମୁଖ ପରିଚାଳନା କରିଥିଲେ

Exit mobile version