ଓଡ଼ିଆ ଜାତିର ଗର୍ବ ଓ ଗୌରବ ଦାସିଆ ଅଜାଙ୍କ ୨୪ ତମ ଶ୍ରାଦ୍ଧ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ରବିବାର ନୂଆଗାଁ :- ଓଡ଼ିଶା ପାଠାଗାର ସଂଗ୍ରହାଳୟ ଆନ୍ଦୋଳନ ର ପ୍ରବାଦ ପୁରୁଷ ପ୍ରଖ୍ୟାତ ସଂଗ୍ରାହକ ଦାସିଆ ଅଜାଙ୍କ ୨୪ ତମ ଶ୍ରାଦ୍ଧ ଦିବସ କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ନୟାଗଡ କଚେରି ଛକ ଠାରେ ଥିବା ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ରେ ପୂର୍ବାହ୍ନ ରେ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ଫୁଲ ଓ ଧୂପ ମାଲ୍ୟାର୍ପଣ କରାଯାଇଥିଲା ।

ଅପରାହ୍ନ ରେ ଦାସିଆ ଅଜାଙ୍କ ସାଧନା ପୀଠ ଉଦୟପୁର ପାଠାଗାର ଓ ସଂଗ୍ରହାଳୟ ପରିସରରେ ଥିବା ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସମାଧିପୀଠ ରେ ଫୁଲ ଧୂପ ମାଲ୍ୟାର୍ପଣ ସହିତ ଦାସିଆ ଅଜା ଙ୍କ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଭଜନ, ନାମ ସଙ୍କୀର୍ତ୍ତନ,ପ୍ରାର୍ଥନା ଏବଂ ଭାଗବତ ପାଠ କାର୍ଯ୍ୟକ୍ରମ କରାଯାଇ ଦାସିଆ ଅଜା ଓ ସହଧର୍ମିଣୀ ପୌର୍ଣ୍ଣମାସୀ ଦେବୀ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।

ଦାସିଆ ଅଜାଙ୍କ ପ୍ରତିଷ୍ଠିତ ପାଠାଗାର ,ସଂଗ୍ରହାଳୟ, ସାହିତ୍ୟ ସମ୍ପଦ ଓ ଗବେଷଣାଗାର ଆଜି ଏକ ଜାତୀୟ ତୀର୍ଥକ୍ଷେତ୍ର ରୂପେ ବିଶ୍ଵ ପ୍ରସିଦ୍ଧ ଲାଭ କରିଛି।ଯେଉଁ ମହାପୁରୁଷ ଙ୍କ ପାଇଁ ଓଡ଼ିଆ ଜାତି ଆଜି ଗର୍ବିତ ତାଙ୍କୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ତରଫରୁ ବଡ଼ ସମ୍ମାନରେ ସମ୍ମାନୀତ କରାଗଲେ ତାହା ହିଁ ହେବ ଦଶ ପଇସାର ରାଜା ଦାସିଆ ଅଜାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version