ହିଞ୍ଜିଳିକାଟୁ,ରିପୋର୍ଟ /ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ବୁଣାକାରଙ୍କ ଭାଗ୍ୟ, 20.4.2020 ଏପ୍ରିଲ, ସୋମବାର :- ଆଧୁନିକତାର ଦୈଡ଼ ଏବଂ ସମୟର ସ୍ପଳ୍ପତା ଭିତରେ ପୁରୁଣା ଓ ପାରମ୍ପରିକ ଘରକରଣା ଜିନିଷ ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ପୂର୍ବ କାଳର ଘୋରଣା, ଶିଳ, ଶିଳପୁଆ,ପେଷଣା, ଢିଙ୍କି ଓ ହେମଦସ୍ତା ଭଳି ଓଡ଼ିଆ ଗ୍ରାମୀଣ ଘରକରଣା ଜିନିଷ ସବୁ ଆଉ ଦେଖିବାକୁ ମିଳୁନାହିଁ । ଝିଅ ବାହାଘର ସମୟରେ ଏସବୁ ଘରକରଣା ସାମଗ୍ରୀ ଦିଆଯାଉଥିଲା । ଘୋରଣାର ଘର ଘର ଶବ୍ଦ ଓ ଢିଙ୍କି କୁଟା ଶବ୍ଦ ଆଉ ଶୁଭୁନାହିଁ । ପୂର୍ବକାଳର ଲୋକଙ୍କ ମତ ଅନୁସାରେ ଘୋରଣା, ଶିଳ, ଶିଳପୁଆ,ପେଷଣା, ଢିଙ୍କି ଓ ହେମଦସ୍ତା ଆଦିରେ ପ୍ରସ୍ତୁତ ଖାଦ୍ୟ ଅତ୍ୟନ୍ତ ସ୍ୱାଦିଷ୍ଟ ରହୁଥିଲା ଏବଂ ଶରୀର ପାଇଁ ମଧ୍ୟ ପୈଷ୍ଟିକ ରହୁଥିଲା । ଢିଙ୍କି କୁଟା ଚାଉଳରେ ଥିବା ଉପରର ନାଲି ଚୋପା ଭିଟାମିନ ଯୁକ୍ତ ହୋଇଥାଏ । ବର୍ତମାନ ଯୁଗରେ ଢିଙ୍କିର ସ୍ଥାନ ନେଇଛି ମିଲ୍ । ଘୋରଣାରେ ଚୁରା ଯାଇଥିବା ଶସ୍ୟରୁ ପ୍ରସ୍ତୁତ ପିଠାପଣାର ସ୍ୱାଦ ମଧ୍ୟ ଅଲଗା ରହୁଥିଲା । ଶିଳପୁଆରେ ମସଲା ବଟା ଯାଉଥିଲା । ସେହି ଅନୁପାତରେ ମସଲାର ଗୁଣବତା ଓ ସୁଗନ୍ଧରେ ଘରେ ପ୍ରସ୍ତୁତ ବେସର, ତରକାରୀର ସ୍ୱାଦ କହିଲେ ନସରେ । ଶିଳପୁଆ, ଢିଙ୍କି ଭଳି ଜିନିଷ ଗୁଡ଼ିକର ବ୍ୟବହାର ଦ୍ୱାରା ମନୂଷ୍ୟର ଶାରୀରିକ ବ୍ୟାୟମ ମଧ୍ୟ ହୋଇ ପାରୁଥିଲା । ଏ ନେଇ ପୁରୁଣାକାଳିଆ ଗ୍ରାମାଂଚଳର ମହିଳା ମାନେ ଅଧିକାଂଶ ସମୟରେ ସୁସ୍ଥ ରହୁଥିଲେ ଏବଂ କଠିନ ପରିଶ୍ରମ କରିବାରେ ସକ୍ଷମ ହୋଇ ପାରୁଥିଲେ । ଆଜିକା ଦିନରେ ଲୋକଙ୍କ ପାଖରେ ସମୟର ଅଭାବ । ବ୍ୟସ୍ତବହୁଳ ଜୀବନ । କିପରି ଶୀଘ୍ର କାମ ହେବ ଏବଂ ସମୟ ସଂଚିତ ହୋଇପାରିବ ସେଥିଲାଗି ଜାଗ୍ରତ । ସମୟ ବଦଳିବା ସହ ଲୋକଙ୍କ ଜୀବନଶୈଳି ମଧ୍ୟ ବଦଳିବାରେ ଲାଗିଛି । ଘୋରଣା, ଶିଳ, ଶିଳପୁଆ,ପେଷଣା, ଢିଙ୍କି ଓ ହେମଦସ୍ତା ବଦଳରେ ଲୋକେ ଗ୍ରାଇଣ୍ଡର ଓ ମିଲ୍ର ସାହାର୍ଯ୍ୟ ନେବାରେ ଲାଗିଛନ୍ତି । ଖୁବ୍ କମ୍ ସମୟ ମଧ୍ୟରେ ଶାରୀରିକ ପରିଶ୍ରମ ବିନା ସହାୟତାରେ ଅତି ସହଜ ସୁବିଧାରେ ଲୋକେ କାମ ହାସଲ କରୁଛନ୍ତି । ଏପରିକି ଶାରୀରିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁନାହିଁ । ଯଦ୍ୱାରା ଲୋକେ ଉଚ୍ଚ ରକ୍ତଚାପ, ମଧୁମେହ, ମୋଟାପଣ ଭଳି ନାନା ରୋଗରେ ପିଡ଼ିତ ହେଉଥିବାର ଦେଖିବାକୁ ମିଳୁଛି । ହିଂଜିଳିକାଟୁ ପୌରାଂଚଳ କିମ୍ବା ନିକଟସ୍ଥ ଗ୍ରାମାଂଚଳରେ ଆଉ ପ୍ରାୟତଃ କେଉଁ ସ୍ଥାନରେ ବି ଢିଙ୍କି ଦେଖିବାକୁ ମିଳୁନାହିଁ । କାଁ ଭାଁ କିଛି ଗ୍ରାମାଂଚଳରେ କିଛି ଲୋକଙ୍କଘରେ ଢିଙ୍କି ରହିଥିଲେ ମଧ୍ୟ ବ୍ୟବହାର କରାଯାଉନଥିବା ଜଣାପଡ଼ିଛି । କିଛି ଶିଳ୍ପୀ ପଥରରେ ତିଆରି ଘୋରଣା, ପେଷଣା, ଶିଳପୁଆ ପ୍ରସ୍ତୁତ କରି ପରିବାର ପ୍ରତିପୋଷର କରୁଥିବାର ଦେଖିବାକୁ ମିଳିଛି । ଏସବୁ ପଥରରେ ତିଆରି ଘୋରଣା, ପେଷଣା, ଶିଳପୁଆ ଗୁଡ଼ିକ କେବଳ ଝିଅ ବାହାଘର ସମୟରେ ଦିଆଯାଉଥିବାରୁ ପୂର୍ବପରି ବିକ୍ରିବଟା ହେଉନଥିବା ନେଇ ହିଂଜିଳିକାଟୁ ପୌରାଂଚଳରେ ବସତି ସ୍ଥାପନ କରି ରହୁଥିବା କିଛି ମୁସଲିମ୍ ସମ୍ପ୍ରଦାୟର ଲୋକେ କହିଛନ୍ତି । ଆଗାମୀ ଦିନରେ ପୁରୁଣା ଘରକରଣା ଜିନିଷ ଗୁଡ଼ିକ ଇତିହାସ ହୋଇ ରହିଯିବ ବୋଲି ବହୁ ବୟସ୍କ ବୃଦ୍ଧ କହିଛନ୍ତି ।
ଗାଁ ଗହଳିରେ ଆଉ ଶୁଭୁ ନାହିଁ ଢିଙ୍କି କୁଟା ଶବ୍ଦ ହିଂଜିଳିକାଟୁ,

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
MALABAR GOLD UNVEILS ”PLATINUM SHOW“ AT SAHID NAGAR STORE
by
Proprietor Abhimanyu Maharana
September 13, 2026
ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ
by
Proprietor Abhimanyu Maharana
September 13, 2026
ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ
by
Proprietor Abhimanyu Maharana
September 13, 2026
ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ
by
Proprietor Abhimanyu Maharana
September 13, 2026
ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ
by
Proprietor Abhimanyu Maharana
September 13, 2026
ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ
by
Proprietor Abhimanyu Maharana
September 13, 2026