ସେବା ସମବାୟ ସମିତି ପକ୍ଷରୁ ଚାଷୀଙ୍କ ପାଇଁ ଆସିଥିବା ଧାନକଟା ମେସିନ ଅଚଳ

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ପାଥପୁର ପଞ୍ଚାୟତ ଅନ୍ତର୍ଗତ ପାଥପୁର ସେବା ସମବାୟ ସମିତି ପକ୍ଷରୁ ଚାଷ କାର୍ଯ୍ୟରେ ବ୍ୟବହାର ପାଇଁ ୨୦୧୯ମସିହାରେ ଏକ ଟ୍ରାକ୍ଟର ଓ ଧାନ କଟା ମେସିନ୍ କିଣା ଯାଇଥିଲା । କିନ୍ତୁ ଏହି ଧାନକଟା ମେସିନ ଦ୍ୱାରା ଗୋଟିଏ ଥର ଚାଷୀମାନଙ୍କର ଧାନ କଟାଯାଇଥିବା ବେଳେ ଏହା ଅଚଳ ଅବସ୍ଥାରେ ପଡ଼ିରହିଛି । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସମିତି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ସେହିପରି ଚାଷୀମାନଙ୍କର କୃଷି ଉତ୍ପାଦନ ସାମଗ୍ରୀ ପରିବହନ ଓ ଚାଷପାଇଁ କିଣାଯାଇଥିବା ଟ୍ରାକ୍ଟରଟି ଚାଷ କାମରେ ନଲାଗି ବାହାରେ ଭଡ଼ାରେ ଲାଗାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସେବା ସମବାୟ ସମିତି ସଂପାଦକ ସନ୍ତୋଷ କୁମାର ନାୟକଙ୍କୁ ପଚାରିବାରେ ସେ କହିଲେ ଧାନ କଟା ମେସିନଟି କାର୍ଯ୍ୟକ୍ଷମ ନହେବା ଫଳରେ ଅଚଳ ହୋଇ ପଡିଛି ଏବଂ ଏ ସଂପର୍କରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଂପାଦକ ଓ ଆଗ୍ରୋଇଣ୍ଡଷ୍ଟ୍ରିଜ୍ କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଛି । ଟ୍ରାକ୍ଟରଟି ଧାନଚାଷ କରିବା ପାଇଁ ସମ୍ଭବ ନହେବାରୁ ବୋର୍ଡର ନିଷ୍ପତ୍ତି କ୍ରମେ ଟ୍ରାକ୍ଟରକୁ ଦୈନିକ ୮୫୦ଟଙ୍କାରେ ଭଡ଼ାରେ ଲଗାଯାଇଛି ।

Exit mobile version