ମୁଖ୍ୟମନ୍ତ୍ରୀ ପବିତ୍ର ନୂଆଁଖାଇ ଅବସରରେ ‘କାଳିଆ’ ଯୋଜନାରେ ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ରବି ଫସଲ ପାଇଁ ୭୪୨.୫୮ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ପବିତ୍ର ନୂଆଁଖାଇ ଅବସରରେ ‘କାଳିଆ’ ଯୋଜନାରେ ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ରବି ଫସଲ ପାଇଁ ୭୪୨.୫୮ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ୍‌ ମହାମାରୀ ଆରମ୍ଭରୁ ଏ ପର୍ଯ୍ୟନ୍ତ ରାଜ୍ୟର ଚାଷୀମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ସହାୟତା ପ୍ରଦାନ କରାଗଲାଣି । ସବୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏଁ ଜମା କରାଯାଇଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ପ୍ରକାଶ କରି ସେ ନିଜେ ସାର, ସର୍ବନିମ୍ନ ସହାୟକ ମୂଲ୍ୟ ଓ ଫସଲ ବୀମା ପରି ପ୍ରସଙ୍ଗଗୁଡ଼ିକ ନେଇ କେନ୍ଦ୍ର ସରକାରଙ୍କ ସହିତ ନିୟମିତ ଯୋଗାେଯୋଗରେ ଅଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷି ବିଭାଗର କ୍ଷେତ୍ର ଅଧିକାରୀ ମାନଙ୍କୁ ଚାଷୀମାନଙ୍କ ସହ ସବୁବେଳେ ସଂପର୍କରେ ରହି ପରିସ୍ଥିତି ଉ ପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ‘କାଳିଆ’ ଯୋଜନା ଚାଷୀମାନଙ୍କ କଲ୍ୟାଣ ପାଇଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା । ଭୂମିହୀନ ଚାଷୀମାନଙ୍କୁ ସହାୟତା ଦେବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଶ୍ରୀ ଅରୁଣ କୁମାର ସାହୁ, ମାନ୍ୟବର ମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଶ୍ରୀ ସୁରେଶ କୁମାର ବଶିଷ୍ଠ, ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍‌ ସଂଚାଳନ କରିଥିଲେ ।

ମକରଧ୍ଵଜ ମେଣ୍ଡୁଳି, ଲସିମା ବିଶ୍ୱାଳ, ରାଜକୁମାର ପ୍ରଧାନ ଓ ପରମାନନ୍ଦ ମାଝୀ ପ୍ରମୁଖ ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀ ‘କାଳିଆ’ ଯୋଜନାର ପ୍ରଶଂସା କରିବା ସହିତ ଏହି ଯୋଜନାରେ ଠିକ୍‌ ସମୟରେ ସହାୟତା ମିଳୁଥିବାରୁ ଆଉ ଧାରକରଜ କରିବାକୁ ପଡ଼ୁନାହିଁ ବୋଲି କହିଥିଲେ ।

Exit mobile version