ହିଞ୍ଜିଳିକାଟୁ,ରିପୋର୍ଟ ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ବାଉଁଶ କାରିଗର, 20.4.2020 ଏପ୍ରିଲ, ସୋମବାର :- ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ପାଟ, ବେଲଗୁଣ୍ଠାର ପିତଳ ମାଛ ଭଳି ସ୍ଥାନୀୟ ଅଂଚଳର ବାଉଁଶ କଳାକୃର୍ତି ବେଶ୍ ଲୋକପ୍ରିୟ । ହେଲେ ସରକାରୀ ପ୍ରୋତ୍ସାହନ ଅଭାବ ଯୋଗୁଁ ଏବେ ସଙ୍କଟରେ ବାଉଁଶ କାରିଗର । ସରକାରୀ ସହାୟତାର ଅଭାବ ସହ ପ୍ଳାଷ୍ଟିକ ବ୍ୟବହାର ଯୋଗୁଁ ବାଉଁଶ ବୁଣାଳିଙ୍କ ସ୍ଥିତି ଧିରେ ଧିରେ ଦୁର୍ଦିନ ହେବାରେ ଲାଗିଛି । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ଅଂଚଳରେ ।ଏଭଳି ସ୍ଥିତିରେ ବାଉଁଶ ବୁଣାଳି ନିଜ କୌଳିକ ବୃତି ଛାଡ଼ି ଅନ୍ୟ ବୃବସାୟକୁ ଆପଣେଇବାରେ ଲାଗିଛନ୍ତି । ସୂଚନା ମୁତାବକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବେଲଗୁଣ୍ଠା, ସୋରଡ଼ା, ଆସିକା ଭଳି ହିଞ୍ଜିଳିକାଟୁ ଅଂଚଳରେ ମଧ୍ୟ ମାଦିରି ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି । ମୁଖ୍ୟତଃ ବାଉଁଶକୁ ବ୍ୟବହାର କରି ବିଭିନ୍ନ ପ୍ରକାର କଳାକୃତି ସହିତ ଅନେକ ପ୍ରକାର ଗୃହ ଉପକରଣ ଦ୍ରବ୍ୟ ସେମାନେ ପ୍ରସ୍ତୁତ କରିଥାନ୍ତି । ପୂର୍ବରୁ ଏସବୁର ଚାହିଦା ଅଧିକ ଥିବା ବେଳେ ବର୍ତମାନା ତାହା ଧିରେ ଧିରେ କମିବାରେ ଲାଗିଛି । ଝିଅ ବାହାଘର ସମୟରେ ଅନେକ ଗୁଡ଼ିଏ ବାଉଁଶ ତିଆରି ସାମଗ୍ରୀ ଲୋକେ ଆଗ୍ରହ ସହକାରେ କିଣୁଥିଲେ । ହେଲେ ବର୍ତମାନ ଆଉ ସେ ସମୟ ନାହିଁ । ଆଧୁନିକତାର ଛାପରେ ହଜିବାକୁ ବସଲାଣି ବାଉଁଶ ତିଆରି ସାମଗ୍ରୀ । ପ୍ଳାଷ୍ଟିକ ନେଉଛି ବାଉଁଶ ତିଆରି ସାମଗ୍ରୀର ସ୍ଥାନ । କୌଳିକ ବୃତିକୁ ବଂଚାଇ ରଖି ହିଞ୍ଜିଳିକାଟୁ ଅଂଚଳର ଯେଉଁ କେତେକ ମୁଷ୍ଟିମେୟ ବାଊଁଶପାତି (ମେଦିରି)କାରିଗର ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଅଂଚଳର ସୁନାମ ରଖିବାରେ ସଫଳ ହୋଇ ଆସୁଛନ୍ତି ସେମାନଙ୍କ ଭାଗ୍ୟ ଆଜି ପଥର ତଳେ ରହିଯାଇଛି । ଏହି କୂଶଳୀ କାରିଗରଙ୍କ ହାତର ସ୍ପର୍ଶରେ ବାଊଁଶପାତିରେ ତିଆରି ବିଭିନ୍ନ ସାମଗ୍ରୀ ବେଶ ଆକର୍ଶଣୀୟ । ତେବେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିବାରୁ ଏହି ବାଉଁଶପାତି କାରିଗର ମାନେ ନିଜର କୁଳ ବେଉସାରୁ ମୁହଁ ଫେରାଇନେବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ହିଞ୍ଜିଳିକାଟୁ ସହରର ବଡ଼ ହରିଜନ ସାହି, ହିଞ୍ଜିଳିକାଟୁ ସହର ନିକଟସ୍ଥ ଶ୍ୟାମଳାଇ, ବୁରୁପଡ଼ା, ପିତଳ ଏବଂ ନିକଟବର୍ତି ଅଂଚଳର ଅଧିକାଂଶ ରାଜରାସ୍ତାରେ ପେଟପାଟଣା ପାଇଁ ଅନେକ ଉଠା ଦୋକାନ କରି ନିଜନିଜ ପସରା ମେଲାଇ ଗୁଜୁରାଣ ମେଂଟାଉଛନ୍ତି । ଅପର ପକ୍ଷରେ କେହି କେହି ନିଜର କୁଳବେଉସାକୁ ଧରି ପରିବାର ପ୍ରତିପୋଷଣ ପାଇଁ ବାଉଁଶପାତି କାମକୁ ଆଦରି ନେଊଛନ୍ତି । ସକାଳୁ ସନ୍ଧ୍ୟା ଯାଏଁ ବାଉଁଶରେ ଡ଼ାଲିଆ, ଚିଡ଼ି, ତାଟ, ଡ଼ାଲାପେଢି ସମେତ ବିଭିନ୍ନ ରଙ୍ଗ ବେରଙ୍ଗର ସାମଗ୍ରୀ ତିଆରି କରି ବିକ୍ରି କଲେ ରାତିରେ ଚୁଲି ଜଳିବ । କୁଳ ବେଉସାକୁ ଆଦରି ନେଇ ସୂର୍ଯ୍ୟ ଉଇଁଲେ ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଲାଗି ପଡ଼ନ୍ତି ବାଉଁଶରୁ ବିଭିନ୍ନ ସାମଗ୍ରୀ ତିଆରି କାର୍ଯ୍ୟରେ । ରାସ୍ତା କଡ଼ରେ ଖୋଲା ଆକାଶ ତଳେ କଠିନ ପରିଶ୍ରମ କରି ବାଉଁଶ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରି କରି ପରିବାରର ଗୁଜୁରାଣ ମେଂଟାଇଥାନ୍ତି । କିଛି ବର୍ଷ ପୂର୍ବେ ଏହି ବାଊଁଶପାତି କାରିଗର ମାନେ ଗଞ୍ଜାମ ଜିଲ୍ଲାର ସୋରଡ଼ା, ବଡ଼ଗଡ଼, ଗାଙ୍ଗପୁର ପ୍ରମୁଖ ଅଂଚଳରୁ ବାଉଁଶକୁ କଂଚାମାଲ ରୂପେ ସଂଗ୍ରହ କରି ରାଜରାସ୍ତାରେ ରଖି ବିକ୍ରି କରୁଥିଲେ । ବର୍ତମାନ ବାଉଁଶ ମିଳିବା କଷ୍ଟକର ହୋଇପଡ଼ିଥିବା ବେଳେ ଚଢା ଦରରେ ବାଉଁଶ କିଣି ନିଜର କୌଳିକ ବୃତିକୁ ବଂଚାଇ ରଖିଥିବା ଏହି ବାଊଁଶପାତି କାରିଗର ମାନେ ନାନା ଦୁର୍ଦ୍ଧିନରେ କାଳାତିପାତ କରୁଛନ୍ତି । ସରକାରୀ ପ୍ରୋସ୍ôାହନ ଓ ଆର୍ଥଅଭାବରୁ ଏହି ବାଊଁଶ କାରିଗର ମାନେ ଉପରକୁ ଊଠି ପାରୁନାହାନ୍ତି । ରାସ୍ତାଖର୍ଚ୍ଚ, ପରିବହନ ଖର୍ଚ୍ଚ, କଂଚାମାଲର ଚଢାଦର ଏ କ୍ଷେତ୍ରରେ ଅନ୍ତରାୟ ହୋଇଛି । ବାଉଁଶପାତି କରିଗରମାନଙ୍କ ସନ୍ତାନମାନେ ଉଚ୍ଚଶିକ୍ଷା କରୁଥିଲେ ମଧ୍ୟ ସେମାନଙ୍କୁ ମେଦିରି ସମ୍ପ୍ରଦାୟର ଜାତିଗତ ପ୍ରମାଣପତ୍ର ମିଳୁନଥିବା ଅଭିଯୋଗ ହେଉଛି । ବାଉଁଶପାତି କାରିଗର ମାନଙ୍କୁ ସରକାରୀ ପ୍ରୋସ୍ôାହନ ଯୋଗାଇଦେବା ନିମନ୍ତେ ମେଦିରି ସମ୍ପ୍ରଦାୟର ବିମ୍ବାଧର ଘଡ଼ାଇ, ସୁବାଷ ନାହାକ, ପର୍ଶୁ ମଲ୍ଲିକ, ବିଶ୍ୱନାଥ ନାହାକ, ଦିଲ୍ଲି ଘଡ଼ାଇ, କାମରାଜୁ ଘଡ଼ାଇ ପ୍ରମୁଖ ଦାବୀ ଜଣାଇଛନ୍ତି ।
ସଙ୍କଟରେ ବାଉଁଶ କାରିଗର ପୁରୁନି ପେଟ : ଛାଡ଼ି ହେଉନି କୂଳବେଉସା – ହିଞ୍ଜିଳିକାଟୁ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
MALABAR GOLD UNVEILS ”PLATINUM SHOW“ AT SAHID NAGAR STORE
by
Proprietor Abhimanyu Maharana
September 13, 2026
ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ
by
Proprietor Abhimanyu Maharana
September 13, 2026
ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ
by
Proprietor Abhimanyu Maharana
September 13, 2026
ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ
by
Proprietor Abhimanyu Maharana
September 13, 2026
ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ
by
Proprietor Abhimanyu Maharana
September 13, 2026
ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ
by
Proprietor Abhimanyu Maharana
September 13, 2026