ଏକାମ୍ର ରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ଭୁବନେଶ୍ୱର ,ରିପୋର୍ଟ ଅଭିମନ୍ୟୁ ମହାରଣା :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର ୱାର୍ଡ ନଂ 48 ଓ ଯୁ ଏ ଟି କଲୋନୀ ଠାରେ ଅଣ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ବୃକ୍ଷ ରୋପଣ ଓ ଚାରା ବିତରଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ଏହି ଅବସରରେ ଓ ଯୁ ଏ ଟି ର କୁଳପତି ପବନ ଅଗ୍ରୱାଲ ଉପସ୍ଥିତ ଥିଲେ।

ସଙ୍ଘର ସଭାପତି ଜ୍ୟୋତି ରଞ୍ଜନ ସେନାପତି, ସଂପାଦକ ରଞ୍ଜନ ସାମନ୍ତରାୟ ପୂର୍ବତନ କର୍ପୋରେଟର ବିନୟିନି ଜେନା,ପ୍ରତାପ ସାହୁ, ସୁଜିତ୍ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।ପରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ନିର୍ମିତ ୱାର୍ଡ ନଂ 49ର କୋଳଥିଆ ରାଜୀବ ନଗର ଆବାସିକ କଲ୍ୟାଣ ସମିତି ର କମ୍ୟୁନିଟି ସେଣ୍ଟର୍, ଖଣ୍ଡଗିରି ବିହାର କୋଳଥିଆ ଏବଂ ଖଣ୍ଡଗିରି ବିହାର

ଖଣ୍ଡଗିରିର କମ୍ୟୁନିଟି ସେଣ୍ଟର୍ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦ୍ଘାଟନ କରିବାସହ ଭାରତ ମାତା ମହିଳା ମହାସଂଘ ପକ୍ଷରୁ ଏକ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ରେ କୋଳଥିଆ ଗ୍ରାମ ପରିକ୍ରମା କରିଥିଲେ।କାର୍ଯ୍ୟକ୍ରମରେ ପୁର୍ବତନ କର୍ପୋରେଟର ଅଶ୍ଵିନୀ ସୁନ୍ଦରାୟ, ମୂଜାହିଦ ହୁସେନ, ହୃଦୟବଲ୍ଲଭ ସାମନ୍ତରାୟ,ମହିଳା ମହାସଂଘ ର ସଭାପତି ବବିତା ନାୟକ, ବିଭିନ୍ନ କଲୋନୀ ର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ନୃସିଂହ ଚରଣ ଦାସ, ଜୟକୃଷ୍ଣ ପ୍ରଧାନ,ଉପେନ୍ଦ୍ର ପାଢ଼ୀ, ବିଦ୍ୟାଧର ବେହେରା, ରମେଶ ନାୟକ,କୈଳାସ ପାତ୍ର,ପ୍ରସନ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version