କୋରାପୁଟ ଓ ମାଲକାନଗିରି ଠାରେ ନୂତନ ଜିଲ୍ଲା ଅଦାଲତ ଗୃହ ଉଦ୍‌ଘାଟିତ

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ) ଭୁବନେଶ୍ୱର :- ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକଫର ଏସ୍‌. ମରଲୀଧର ଆଜି ଜୟପୁରଠାରେ କୋରାପୁଟ ଜିଲ୍ଲା ଅଦାଲତର ନୂତନ ଗୃହ ଏବଂ ମାଲିକାନଗିରିଠାରେ ମାଲକାନଗିରି ଜିଲ୍ଲାର ନୂତନ ଅଦାଲତ ଗୃହ ଉଦ୍‌ଘାଟନ କରିଛନ୍ତି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ଜଷ୍ଟିସ ତଥା ସବଅର୍ଡିନେଟ୍‌ କୋର୍ଟ ବିଲ୍‌ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ଏସ୍‌ ପୂଜାହାରୀ,

ଓଡ଼ିଶା ହାଇକୋର୍ଟର ମାନ୍ୟବର ଜଷ୍ଟିସ ତଥା କୋରାପୁଟ ପ୍ରଶାସନିକ ବିଚାରପତି ଏବଂ ମାଲକାନଗିରି ନ୍ୟାୟାଧିଶ ଶ୍ରୀ ଏସ୍‌.କେ. ପାଣିଗ୍ରାହୀ ଉପସ୍ଥିତି ଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଡ. ଜଷ୍ଟିସ୍‌ ବି.ଆର୍‌. ଷଡଙ୍ଗୀ, ମାନ୍ୟବର ଶ୍ରୀ ଜଷ୍ଟିସ୍‌ ଏସ୍‌.କେ. ସାହୁ, ମାନ୍ୟବର କୁମାରୀ ଜଷ୍ଟିସ୍‌ ସାବିତ୍ରୀ ରଥୋ ପ୍ରମୁଖ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦାନ କରିଥିଲେ ।

Exit mobile version