ପରକୀୟା ପ୍ରୀତିର କରୁଣ ପରିଣତି …. ସ୍ୱାମୀର ପ୍ରେମିକାକୁ ହତ୍ୟା କରି ସ୍ତ୍ରୀ ଗଲା ଜେଲ୍‌

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ) କୋରାଇ :- ସ୍ୱାମୀର ପ୍ରେମିକା ମଞ୍ଜୁକୁ ହତ୍ୟା କରି କୋରାଇ ଥାନା ଅନ୍ତର୍ଗତ ବେଣାପୁର ଆଦିବାସୀ ସାହିର କିଷାନ ହେମ୍ରମଙ୍କ ସ୍ତ୍ରୀ ନାଗୀ ଓରଫ ବାସନ୍ତୀ(୪୫)କୁ ଜେଲ ଯିବାକୁ ପଡିଛି । ସ୍ୱାମୀର ପରକୀୟା ପ୍ରୀତିରୁ ଏପରି କରୁଣ ପରିଣତି ସୃଷ୍ଟି ହୋଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବା କୁ ପାଇଥିଲା ବେଳେ ଆଜି ପୂର୍ବାହ୍ଣରେ ଯାଜପୁର ଜିଲା ଆରକ୍ଷୀ ଅଧୀକ୍ଷକ ରହୁଳ ପିଆର ବେଣପୁର ସ୍ଥିତ ଆଦିବାସୀ ସାହିର ହତ୍ୟାକାଣ୍ଡ ସ୍ଥଳେ ପହଂଚି ଘଟଣାର ପାରିପାର୍ଶ୍ବିକ ଅବସ୍ଥିତ ସଂପର୍କରେ ପରିଦର୍ଶନ କରିଛନ୍ତି । ପରେ ପୁଲିସ ଅପରାହ୍ଣରେ ନାଗୀଙ୍କୁ ଥାନ କେଶ ନମ୍ବର ୨୫୩/୨୧ରେ ଏକ ମାମଲା ରୁଜୁକରି ଦଫା ନମ୍ବର ୩୦୨ରେ ଅଦାଲତ ଚାଲାଣ କରିଥିଲା ବେଳେ ଜାମିନ ନା’ମଞ୍ଜୁର ନହେବାରୁ ନାଗୀକୁ ରଗଡି ଜେଲ ଯିବାକୁ ପଡିଛି । ଘଟଣାରୁ ପ୍ରକାଶଯେ, ଧନେଶ୍ୱର ପଂଚାୟତ ଅନ୍ତର୍ଗତ ବେଣାପୁର ଗାଁ ଆଦିବାସୀ ସାହିରେ ରହନ୍ତି ନାଗୀ ସହ ସ୍ୱାମୀ କିଷାନ ହେମ୍ରମ । କିଷାନ ଜଣେ ରାଜମିସ୍ତ୍ରୀ ହୋଇଥିଲା ବେଳେ ମିସ୍ତ୍ରୀ ଭାବେ ବ୍ୟାସନଗର ସହରର ବିଭିନ୍ନ ସ୍ଥାନରେ ଘରତିଆର କାମ କରେ । ତାଙ୍କ ସହିତ ଯୋଗାଡିଆ ଭାବେ ବ୍ୟାସନଗର ସ୍ଥିତ ସନ୍ତରା ଆଦିବାସୀ ସାହିର କାହ୍ନୁ ମାରାଣ୍ଡିଙ୍କ ସ୍ତ୍ରୀ ମଞ୍ଜୁ  (୪୫) ନାମକ ଜଣେ ଆଦିବାସୀ ମହିଳା କାମ କରନ୍ତି । ହେଲେ ପରବର୍ତୀ ସମୟରେ ମିସ୍ତ୍ରୀ କିଷାନ ଓ ଯୋଗାଡିଆ ମଞ୍ଜୁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ।

ଏହା କ୍ରମଶଃ ନିକଟତର ହୋଇ ଉଠିଥିଲା । କିଷାନର ଏପରି ପରକୀୟା ପ୍ରୀତିକୁ ତା’ ସ୍ତ୍ରୀ ନାଗୀ ବାରମ୍ବାର ବିରୋଧ କରିଆସୁଥିଲା ା ଏଥିନେଇ ମଧ୍ୟ ନାଗୀ ଓ କିଷାନ ମଧ୍ୟରେ ବହୁବାର ଝଗଡା ହୋଇଛି । ସ୍ତ୍ରୀର ବିରୋଧ ସତ୍ୱେ ଅନେକ ସମୟରେ ଲୁଚିଛପି ବାଇକରେ ଧରି ପ୍ରେମିକା ମଞ୍ଜୁକୁ କିଷାନ ବିଭିନ୍ନ ସ୍ଥାନକୁ ନେଇ ବୁଲାବୁଲି କରନ୍ତି । ପ୍ରତ୍ୟହ ଏହିଭଳି ଭାବେ ଦୀର୍ଘ ୫ବର୍ଷ ଧରି ପରକୀୟା ପ୍ରୀତି କିଷାନ ଓ ମଞ୍ଜୁର ଚାଲିଥିଲା । ଗତକାଲି (ଶୁକ୍ରବାର) ଅପରାହ୍ଣରେ କିଷାନ ପ୍ରେମିକା ମଞ୍ଜୁକୁ ବାଇକରେ ଧରି ତାଙ୍କ ଗାଁ ବେଣାପୁର ସ୍ଥିତ ତା’ଭଉଣୀ ଘର ନିକଟକୁ ନେଇଯାଇଥିଲା ବେଳେ ତା’ ସ୍ତ୍ରୀ ନାଗୀ ଜାଣିପାରିଥିଲା । ସ୍ୱାମୀର ଏପରି ପରକୀୟା ପ୍ରେମକୁ ସହ୍ ୟକରି ନପାରି ନାଗି ନଣନ୍ଦ(କିଷାନର ଭଉଣୀ)ଘରକୁ ଆସିଥିଲା । ସେଠାରେ ବସିଥିବା ସ୍ୱାମୀର ପ୍ରେମିକା ମଞ୍ଜୁକୁ ତା’ ସ୍ୱାମୀ ସହ ନମିଶିବା ପାଇଁ ବିରୋଧ କରିଥିଲା । ଏଥି ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଅତିଶୟ ଉତକ୍ଷିପ୍ତ ହୋଇ ନାଗୀ ଏକ ଇଟା ଆଣି ମଞ୍ଜୁର ମୁଣ୍ଡକୁ ପିଟି ଦେଇଥିଲା । ଫଳରେ ଘଟଣା ସ୍ଥଳେ ମଞ୍ଜୁର ମୃତ୍ୟୁ ଘଟିଥିଲା । ଖବର ପାଇ କୋରାଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଘଟଣା ସ୍ଥଳେ ପହଂଚି ମଞ୍ଜୁର ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ହତ୍ୟାକରୀ ନାଗୀ ଓ ତାର ସ୍ୱାମୀ କିଷାନକୁ ଥାନକୁ ଧରିନେଇ ଅଟକ ରଖିଥିଲେ । ମଞ୍ଜୁର ସ୍ୱାମୀ କାହ୍ନୁ ମାରାଣ୍ଡିଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ନାଗୀକୁ ଗିରଫ କରିଥିଲା ବେଳେ ତଦନ୍ତ ପରେ ତା’ର ସ୍ୱାମୀ କିଷାନକୁ ଛାଡି ଦିଆଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Exit mobile version