ବାହାଡ଼ଝୋଲା ବଡପଦା ଗଣେଶ ପୂଜା ମହୋତ୍ସବ ରେ ଦଶପଲ୍ଲା ବିଧାୟକ ଙ୍କ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ ଝୋଲା ବଡପଦା ଠାରେ ସିଦ୍ଧି ବିନାୟକ ପୂଜା କମିଟି ଆନୁକୂଲ୍ୟରେ ବିଘ୍ନ ବିନାଶକ ,ଅଗ୍ରପୂଜ୍ୟ ପ୍ରଭୁ ଗଣେଶ ଭଗବାନ ଙ୍କ ପୂଜା ମହୋତ୍ସବ ପାଳିତ ହୋଇଯାଇଛି।ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,

ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ , ବ୍ଲକ୍ ବିଜେଡ଼ି ଉପ ସଭାପତି ମୁରଲୀ ଧର ଜେନା,ସମିତି ସଭ୍ୟା ଛବିରାଣୀ ସାହୁ,ବିଜେଡ଼ି ଜିଲ୍ଲା ଛାତ୍ର ସମ୍ପାଦକ ଶୁଭଶ୍ରୀ ସାହୁ,ପଞ୍ଚାୟତ ବିଜେଡ଼ି ସଭାପତି ବସନ୍ତ କୁମାର ସାହୁ,

ଅବସର ପ୍ରାପ୍ତ ଶିକ୍ଷକ ନାରାୟଣ ବେହେରା,ପୂର୍ବତନ ସରପଞ୍ଚ ରତିକାନ୍ତ ସାମଲ,ପ୍ରଶାନ୍ତ କୁମାର ସାହୁ,ସମାଜ ସେବୀ ବିମଳ ଲୋଚନ ପଟ୍ଟନାୟକ, ବଳରାମ ସାହୁ,ତ୍ରିନାଥ ସ୍ୱାଇଁ,କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।ବରିଷ୍ଠ ବିଜେଡ଼ି ସଂଗଠକ ସନାତନ ବେହେରା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।(ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version