ପୁରୀ ,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ ) ସିଂହଦ୍ୱାର ଥାନାରେ କେସ ନମ୍ବର ,ସୋମବାର ,ଏପ୍ରିଲ 20.4.2020 :- ପୁରୀ ଗତକାଲି ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ନିଜ ପରିବାର ସହ ଯାଇଥିଲେ ଶ୍ରୀମନ୍ଦିର । ପୁରୀ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ପୁଲିସ ଅଧିକାରୀ । ସିଂହଦ୍ୱାର ଥାନାରେ କେସ ନମ୍ବର ୪୦/୨୦୨୦ ରେ ରୁଜୁ ହୋଇ ଅଧିକ ତଦନ୍ତ ଚାଲିଛି । ଏ ଭିତରେ ପୋଲିସ ଡି.ଜି ଥାନା ଅଧିକାରୀ ଙ୍କୁ ସସପେଣ୍ଡ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି କରୋନା ଭଳି ମହାମାରୀ ସମୟରେ ସାରା ଭାରତ ଲକ ଡାଉନ ରେ ଥିବା ବେଳେ ଏବଂ ପ୍ରତ୍ୟେକ ଜିଲ୍ଲାର ସୀମା ସିଲ ହେବା ପରେ କେମିତି ବଡ଼ଚଣା ରୁ ପୁରୀକୁ ୩/୪ ଜିଲ୍ଲାର ସୀମାକୁ ଅତିକ୍ରମ କରି ଆସିଲେ ଥାନା ଅଧିକାରୀ ରାଜ୍ୟ ସରକାରଙ୍କ ପୋଲିସ ବିଭାଗ ମୁଖ୍ୟ ଯୋଦ୍ଧା ଭାବେ କରୋନା ଭଳି ଯୁଦ୍ଧରେ ଲଢୁଛନ୍ତି ,ଆପଣମାନେ ଘରେ ରୁହନ୍ତୁ ବୋଲି ନିବେଦନ କରିଛନ୍ତି । ହେଲେ ଏ ପୋଲିସ ଅଧିକାରୀ ତାଙ୍କର ପୋଷାକ ର ଅପବ୍ୟବହାର କରି ରାଜ୍ୟ ପୋଲିସ ବିଭାଗକୁ ଅପମାନିତ କରିବାକୁ ପଛେଇଲେନି। ଜଣେ ଥାନା ଅଧିକାରୀ ଯଦି ରାଜ୍ୟ ତଥା ଦେଶର ଜରୁରୀକାଳୀନ ପରିସ୍ଥିତିର ନିୟମକୁ ପାଦ ରେ ଦଳିବାକୁ ପଛଘୁଞ୍ଚା କରୁନାହାନ୍ତି ତେବେ ସେ ଅନ୍ୟମାନଙ୍କୁ ସୁରକ୍ଷା ଦେବେ କେମିତି ସାଧାରଣରେ ପ୍ରଶ୍ନବାଚୀ ଚାଲିଛି ..? । କୌଣସି ଜାଗାରେ କଣ ପାଇଁ ତାଙ୍କୁ ଅଟକାଗଲାନି ନା ପଦବୀରେ ଅଛନ୍ତି ବୋଲି ତାଙ୍କ ପାଇଁ ନିୟମ କିଛି ନାହଁଦ । ପୋଲିସ ବିଭାଗ ଥାନା ଅଧିକାରୀ ଙ୍କ ପ୍ରତି ଅଧିକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନା ଖାଲି ସସପେଣ୍ଡ କରି ନିରବ ରହୁଛନ୍ତି ଏହାର ଅପେକ୍ଷା ରେ ରାଜ୍ୟବାସୀ ।
ଲକଡାଉନ ସମୟରେ ଶ୍ରୀ ଜୀଉଙ୍କୁ ଦର୍ଶନ କରି ପୋଲିସ ଅଧିକାରୀ ନିଲମ୍ବିତ ।।

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ
by
Proprietor Abhimanyu Maharana
September 13, 2026
ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ
by
Proprietor Abhimanyu Maharana
September 13, 2026
ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ
by
Proprietor Abhimanyu Maharana
September 13, 2026
ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ
by
Proprietor Abhimanyu Maharana
September 13, 2026
ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ
by
Proprietor Abhimanyu Maharana
September 13, 2026
ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ
by
Proprietor Abhimanyu Maharana
September 13, 2026