ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର ବରଗଡ଼ :- ଭଟଲି ଠାରେ ପବିତ୍ର ଶ୍ରୀ ଗଣେଷ ଚତୁର୍ଥୀ ତିଥିରେ ବରଗଡ଼ ବିଜୁ ମହିଳା ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହାୟତା ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିର କୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏଥିରେ ବିଜୁ ମହିଳା ଶାଖା ର ସଭ୍ୟା ମାନେ ରକ୍ତଦାନ କରିଥିଲେ। ଶିବିରକୁ ଓଡ଼ିଶା ମୋ ପରିବାର ର ସଂଯୋଜକ ଗୈାର ମିଶ୍ର,ବିଜୁ ମହିଳା ଜନତା ଦଳ ର ଜିଲ୍ଲା ସଭାନେତ୍ରୀ ନୀଳ କୁମାରୀ ନାଏକ, ଭଟଲି ବ୍ଲକ ଅଧ୍ୟକ୍ଷା ପ୍ରେମାବତୀ ସା, ଭଟଲି ବ୍ଲକ ସଭାନେତ୍ରୀ ଅନୁପମା ଭୁଏ ପ୍ରମୁଖଙ୍କ ତତ୍ବାବଧାନରେ ପରିଚାଳନା କରିଥିଲେ। ଏଥିରେ ୩୩ ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ।(ସତ୍ୟ ନାରାୟଣ ପ୍ରଧାନ) 

Exit mobile version