ଜିଲ୍ଲାପାଳ ଏବଂ ସାଂସଦଙ୍କ ଦ୍ଵାରା ନମିତାତା ସମର୍ଦ୍ଧିତ

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର ବରଗଡ଼ :- ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ରାଜ୍ୟ ସ୍ତରୀୟ ଦୈ।ଡକୁଦ ପ୍ରତିଯୋଗିତା ରେ ବରଗଡ଼ ଜିଲ୍ଲା ରୁ ପ୍ରତିନିଧିତ୍ଵ କରିଥିବା ମହିଳା ଆଥଲେଟ୍ ନମିତା ପ୍ରଧାନ କୃତୀତ୍ବ ହାସଲ କରିଥିବାରୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଏବଂ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଆଜି ତାଙ୍କୁ ଉପଢ଼ୌକନ ଦେଇ ସମର୍ଦ୍ଧିତ କରିଥିଲେ।

ସୁଶ୍ରୀ ପ୍ରଧାନ ୮୦୦ ମିଟର ଏବଂ ୧୫୦୦ ମିଟର ଦୈ।ଡରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଆଜି ସେ ବରଗଡ଼ ଫେରିବା ପରେ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ସ°ସଦର ସଭାନେତ୍ରୀ ମନୀଷା ବାନାର୍ଜୀ ଏବଂ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ନମିତା ଙ୍କୁ ସମର୍ଦ୍ଧିତ କରିଥିଲେ। ଏହି ଅବସରରେ ଜିଲ୍ଲା କ୍ରୀଡ଼ା ସ°ସଦର ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ମିଶ୍ର,ଆଥଲେଟିକ ସମ୍ପାଦକ ଶ୍ରୀ ହର ଦୀପ ସିଂ, ଉପ ସଭାପତି ଯୁଗଳ ସିଂ,ଇନଡୋର ଗେମ୍ ସମ୍ପାଦକ ରବିନାରାୟଣ ପଣ୍ଡା,କାର୍ଯ୍ୟ କାରୀ କମିଟି ସଭ୍ୟ ମହେନ୍ଦ୍ର କୁମାର ଦାଶ,ଦିଲ୍ଲୀପ ସାଉଡିଆ, ନବୀନ ଲାଠ, ଫୁଟବଲ ସମ୍ପାଦକ ମହମ୍ମଦ ଇଦ୍ ରିଶ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ। (ସତ୍ୟ ନାରାୟଣ ପ୍ରଧାନ) 

Exit mobile version