୫୫ନଂ ଜାତୀୟ ରାଜପଥରେ ବାଇକ୍ ଓ କାର୍ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକ ମୃତ – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର ଢେଙ୍କାନାଳ :- ଆଜି ଜିଲ୍ଲା ୫୫ନଂ ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଓ ବାଇକ୍ ମୁହାଁମୁହିଁ ଧକ୍କାରେ ବାଇକ ଚାଳକ ମୃତ । ସୂଚନା ମୁତାବକ, ସଦର ଥାନା ଅନ୍ତର୍ଗତ ପାଇକଦହିଖୋର ଗ୍ରାମର ଜଗମୋହନ ପ୍ରଧାନ କୌଣସି ଏକ କାର୍ଯ୍ୟରେ ପଲସର ବାଇକ୍ (OD06H 5105) ଯୋଗେ ଢେଙ୍କାନାଳ ଟାଉନକୁ ଯାଉଥିବା ବେଳେ କଣ୍ଟେଇକୋଳିଆ ନିକଟସ୍ଥ ସୂର୍ଯ୍ୟ ପେଟ୍ରୋଲ ପମ୍ପ ନିକଟରେ ପାଖାପାଖି ରାତ୍ର ୯ଟା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ମାରୁତି ୱାଗନର୍ କାର୍(OD05U 0808) ସହ ମୁହାଁମୁହିଁ ଧକ୍କା ଲାଗିଲା ।

ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ଗୁରୁତର ଅବସ୍ଥାରେ ପଡିରହିଥିଲେ । ଘଟଣାସ୍ଥଳରେ ପୋଲିସ ପେଟ୍ରୋଲିଂ ଭ୍ୟାନ୍ ପହଞ୍ଚି ଗୁରତରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ଡାକ୍ତର ଗୁରତରକୁ ମୃତ ଘୋଷଣା କରିଥିଲେ । ଖବରପାଇ ଘଟଣାସ୍ଥଳରେ ଗୋବିନ୍ଦପୁର ଫାଣ୍ଡି ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି । (ରିପୋର୍ଟ୍ ଅମର ରଞ୍ଜନ ଦାସ), ଢେଙ୍କାନାଳ

Exit mobile version