ଶ୍ରୀଗଣେଶ – ବିଜୟ କୁମାର ଜେନା

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର) ରଣପୁର

ମୁଦଗଲ୍ ପୁରାଣେ ଆଠ ଅବତାର
ହୋଇଅଛି ପ୍ରକାଶିତ ।
ଆଠ ଅବତାର ମଧ୍ୟରୁ ପାଞ୍ଚଟି
ତନ୍ମଧ୍ଯେ ମୂଷିକ ସାର
ବାକି ଅନ୍ୟ ତିନି ବାହାନେ ରହିଛି
ସିଂହ ସାପ ଓ ମୟୁର ।
ବକ୍ରତୁଣ୍ଡ ରୂପେ ସଂହାରିଲେ ଦେବ
ନାମତା ମତ୍ସରାସୁର
ଏକଦନ୍ତେ ମାରି ମୋହାଶୁରକୁ ଯେ
ଗଜାନନେ ଲୋଭାଶୁର ।
ଲମ୍ବୋଦରେ ହେଲା କ୍ରୋଧାସୁର ନାଶ
ବିକଟରେ କାମାସୁର
ବିଘ୍ନରାଜ ଭାବେ ଧ୍ବଂସୀ ମମାସୁର
ଖଣ୍ଡିଲେ ଧରଣୀ ଭାର ।
ଧୂମ୍ରବର୍ଣ୍ଣ ଧରି ଅହଂକାରା ସୁର
ଅଚିରେ କଲେ ଦମନ
ଏସବୁ ଅସୁର ତାପର୍ଯ୍ୟ ହେଉଛି
କ୍ରୋଧ ଲୋଭ ମୋହ କାମ ।
ଅହଂକାର ମଦ ମାତ୍ସର୍ଯ୍ୟ ମମତ୍ବ
ଭାବ ଆଦି ଯେତେ ଦୋଷ
ଏଡାଇ ପାରିଲେ ଅଗ୍ରଗତି ହେବ
ଅଗ୍ରପୂଜ୍ୟ ହିଁ ଗଣେଶ, ।
,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
ଅବସରପ୍ରାପ୍ତ ପ୍ରାଧ୍ୟାପକ, ଶାମୁକା ସାହି, ରଣପୁର, ନୟାଗଡ

Exit mobile version