ଗଙ୍ଗାବାଡରେ  ଆନ୍ଦ୍ର-ଓଡିଶା ମୁହାମୁହିଁ : ମାଣିକପାଟଣା ଗ୍ରାମ ଆନ୍ଦ୍ରର, ଅଙ୍ଗନୱାଡି କେନ୍ଦ୍ରକୁ ଭୁମିସାତ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଗିରିଫ କରିବା ପାଇଁ – ଆନ୍ଦ୍ର ମନ୍ତ୍ରୀଙ୍କ ଚେତାବନି

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର) ରାୟଗଡ଼ :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତରେ ଦୀର୍ଘ ବର୍ଷ ହେବ ସୀମା ବିବାଦ ଚାଲୁରହିଥିବା ବେଳେ ବିଦ୍ଧିବଦ୍ଧ ସମାଧାନର ବାଟ ବାହାରିପାରୁନଥିବା ବେଳେ ଆନ୍ଦ୍ରପ୍ରଦେଶ ସରକାର ଉକ୍ତ ସ୍ଥାନରେ ବାରମ୍ବାର ଦାଦାଗିରି କରିଆସୁଛି ଏବଂ ଉକ୍ତ ସ୍ଥାନକୁ ଆନ୍ଦ୍ରର ବୋଲି ଦାବୀ କରିବା ସହ ସ୍ଥାନିସ ବାସିନ୍ଦାଙ୍କୁ ଆକୃଷ୍ଟ କରିବା ନିମନ୍ତେ ଅନେକ ପ୍ରଲୋଭନ ଯୋଜନା ପହଁଚାଇବା ନିମନ୍ତେ ପ୍ରୟାସ ଜାରି ରଖିଛି । କିନ୍ତୁ ଆଜି  ଆନ୍ଦ୍ରପ୍ରଦେଶର ମତ୍ସ ଓ ଜଳସମ୍ପଦ ମନ୍ତ୍ରୀ ଆପାଲା ରାଜୁ ଆନ୍ଦ୍ର  ପ୍ରଶାସନିକ ଓ ପୋଲିସର ବଡବଡିଆ ଅଧିକାରୀଙ୍କ ସହ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ପହଞ୍ଚି ଏକ ବୈଠକ କରିବା ସହ ଦାଦାଗିରି କରିବାର ସମସ୍ତ ସୀମାକୁ ପାର କରିଥିବା ଦେଖିବାକୁ ମିଳିଥିଲା ।  ଦୁଇଦିନ ତଳେ  ସିଲ୍ ହୋଇଥିବା ଅଙ୍ଗନବାଡି କେନ୍ଦ୍ରକୁ  ଖୋଲିବା ସହ ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନର ଏକ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଗିରିଫ କରିବା ପାଇଁ ଆନ୍ଦ୍ର ଡିଏସପିଙ୍କୁ ବାରମ୍ବାର ନିର୍ଦ୍ଦେଶ ଦେଉଥିଲେ ଆନ୍ଦ୍ର ପ୍ରଦେଶ ମନ୍ତ୍ରୀ ।

ଓଡିଶା   ସୀମାରେ ଅନୁପ୍ରବେଶ କରି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଠାରେ ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ତାହାକୁ ସିଲ୍ କରାଯାଇଥିଲା । ତେବେ ଗତକାଲି ଆନ୍ଧ୍ରର କିଛି ଅଧିକାରୀ ପହଞ୍ଚି ଆନ୍ଦ୍ର ପକ୍ଷରୁ ନିର୍ମାଣ କରାଯାଇଥିବା ଅଙ୍ଗନ ୱାଡି କେନ୍ଦ୍ରର ତାଲାକୁ ଭାଙ୍ଗିଥିବା ବେଳେ ଆଜି ସେଠାରେ ପିଲାଙ୍କ ପାଠ ପଢା ଜାରି ରହିଥିଲା  ଏବଂ ଅଣ୍ଡା ମଧ୍ୟ ବଣ୍ଟନ କରାଯାଇଥିଲା।  ଘଟଣା ସ୍ଥଳରେ ପହଞ୍ଚିଲେ ଆନ୍ଧ୍ର ମନ୍ତ୍ରୀଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ । ଗଜପତି ଜିଲ୍ଲା ପ୍ରଶାସନ କୁ ଦେଖାଇଲେ ନାଲି ଆଖି ତା ସହ ଯେଉଁ ଓଡ଼ିଶାର ଅଧିକାରୀ ଅଙ୍ଗନବାଡ଼ି କେନ୍ଦ୍ର ତାଲା ପକାଇ ଥିଲେ ତାହା ଆନ୍ଦ୍ରର ବୋଲି କହିବା ସହ ଯେଉଁ ଅଧିକାରି ମାନେ ଉକ୍ତ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଥିଲେ  ତାଙ୍କ ନାମରେ ମାମଲା ରୁଜୁ କରିବା କୁ ଡିଏସପିଙ୍କୁ ନିର୍ଦ୍ଦେଶ ଦେଇ ଉକ୍ତ ପଞ୍ଚାୟତର ଅନ୍ୟ ଏକ ଗ୍ରାମର ସ୍ଥିତି ପରଖିବା ବାହାରି ପଡିଲେ ।

ଆନ୍ଦ୍ରମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ଜିବାର କିଛି ସମୟ ପରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଏବଂ ଗାରାବନ୍ଧ ଥାନା ଅଧିକାରୀ ମାଣିକ ପାଟଣା ଗ୍ରାମରେ ପହଁଚିଥିଲେ ।  ଉକ୍ତ ଖବର ପାଇବା ପରେ ଆନ୍ଦ୍ରପ୍ରଦେଶର ମନ୍ତ୍ରୀ ଆପାଲୁ ରାଜୁ  ପ୍ରଶାସନ ଏବଂ ପୋଲିସ ଦଳବଳ ଧରି ପୁଣି ମାଣିକପାଟଣା ଗ୍ରାମକୁ ଆସିଥିଲେ । ସେଠାକେ ଆନ୍ଦ୍ରର ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ପୋଲିସ ସହ ଗଜପତି ଜିଲ୍ଲାପ୍ରଶାନ ମଧ୍ୟରେ  ମୁହାଁମୁହିଁ ଭଳି ପରିସ୍ଥିତ ଉପୁଜି ଥିଲା । ଅତିରିକ୍ତ ଜିଲ୍ଲାପାଳ ସେମାନଙ୍କୁ ସମ୍ନାନର ସହ ଆଲୋଚନା କରିବା ପାଇଁ ସ୍ୱାଗତ କରିଥିଲେ ଏବଂ ଓଡିଶାକୁ ସ୍ୱାଗତ କରୁଛି ବୋଲି କହିବା  ସମୟରେ ମନ୍ତ୍ରୀଜଣକ ଆମ ସ୍ଥାନରେ ଆପଣ ଆମକୁ କଣ ସ୍ୱାଗତ କରିବେ ବୋଲି ରୋକଠୋକ କହିଥିଲେ ।

ପରେ କିଛି ସମୟ ପାଇଁ ଓଡିଶା ଦ୍ୱାରା ନିର୍ମିତ କରାଯାଇଥିବା ଅଙ୍ଗନୱାଡି କେନ୍ଦ୍ରରେ ଆଲୋଚନା ଉଭୟଙ୍କ ମଧ୍ୟରେ ହୋଇଥିଲା । ଉକ୍ତ ସମୟରେ ଆନ୍ଦ୍ର ପୋଲିସର ଦାଦାଗିରି ଦେଖିବାକୁ ମିଳିଥିଲା । ଆନ୍ଦ୍ରର ପୋଲିସ କର୍ମି ମାନେ ଓଡିଶାର ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଭିତରକୁ ପ୍ରବେଶ କରିବା ପାଇଁ ବାରଣ କରିଥିବା ବେଳେ ମନ୍ତ୍ରୀଙ୍କ କିଛି କର୍ମିମାନେ ଭିତରକୁ ପ୍ରବେଶ କରିଥିଲେ । ଏବଂ ବାହାରେ ଆଉ କିଛି କର୍ମି  ମଧ୍ୟ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ତେଲୁଗୁ ଭାସାରେ ଗାଳିଗୁଲଜ କରିଥିଲେ । କିଛି ସମୟର ଆଲୋଚନା କରିବା ପରେ ଉଭୟେ ବାହାରକୁ ବାହାରିଥିଲେ ଏବଂ ଆନ୍ଦ୍ର ମନ୍ତ୍ରୀଙ୍କ ଆରମ୍ବ ହୋଇଥିଲା ବାଚାଳାମି । ସେଠାରେ ମାଣିକ ପାଟଣା ଗ୍ରାମବାସୀଙ୍କୁ ମନ୍ତ୍ରୀ ଆପାଲା ରାଜୁ ନିଜ ପରାକ୍ରମ ଦେଖାଇବା ଭଳି ଅଭିନୟ କରିବା ସହ ଅଙ୍ଗନୱାଡି  କେନ୍ଦ୍ରକୁ କାହିଁକି ତାଲା ପକାଯାଇଥିଲା ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କୁ ଧମକାଇ ପଚାରିଥିଲେ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନିକଟକୁ ଡକାଇ “ଜୟ ଜଗନ ଜୟ ଜଗନ  “ ନାରା ଦେବାପାଇଁ  କହିଥିଲେ ।

କିଛି ସମୟର ଯୁକ୍ତିତର୍କ ପରେ ଦରକାର ପଡିଲେ ଓଡିଶାର ଅଙ୍ଗନୱାଡି କେନ୍ଦକୁ ଭୁମିସାତ କରିଦିଆଯିବ କହିବା ସହ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ କେଶରି ପଣ୍ଡାକୁ ଗିରିଫ କରିବା ପାଇଁ ଡିଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆବଶ୍ୟକ ପଡିଲେ ଆନ୍ଦ୍ର ପକ୍ଷରୁ ମାଣିକ ପାଟଣାରେ ସବୁ ସମୟରେ ପୋଲିସ ଛାଉଣି କରାଯିବ ବୋଲି କହିଥିଲେ । ଯାହା ଓଡିଶା ସରକାର ଏବଂ ଗଜପତି ଜିଲ୍ଲା ପ୍ରଶାସନ ପାଇଁ ଏକ ଲଜ୍ୟାଜନକ ବିଷୟ  କାରଣ ଓଡିଶା ମାଟିରେ ଆନ୍ଦ୍ରପ୍ରଦେଶ ପକ୍ଷରୁ ବାରମ୍ବାର ଏପରି ଅଭିଯୋଗ କରାଯାଉଥିବା ବେଳେ ନା ରାଜ୍ୟ ସରକାର ନା ଜିଲ୍ଲାପ୍ରଶାସନ, ନା  ବଡବଡିଆ ନିର୍ବାଚନ ପ୍ରତିନିଧି ଏହାର ସମାଧାନର ବାଟ ବାହାର କରିପାରୁଛନ୍ତି । ଆନ୍ଦ୍ରପ୍ରଦେଶର ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରି ମାନେ ମାଣିକପାଟଣା ଆସିବାର ଖବର ପ୍ରଶାସନିକ ଅଧିକାରୀ ମାନଙ୍କ  ନିକଟରେ ଥାଇ ମଧ୍ୟ କାହିଁକି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନ ନେଇ ହାଲକାଭାବେ ନେଲେ ବୋଲି ପ୍ରଶ୍ନ କରୁଛନ୍ତି ଜିଲ୍ଲା ବାସୀ ।

ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ କେଶରି ପଣ୍ଡା ଉପରିସ୍ତ ଅଧିକାରୀଙ୍କୁ ଜଣାଇବା ସହ ଆଇନ ଅନୁଯାଇ ପଦପେକ୍ଷ ନିଆଜିବ ବୋଲି ପ୍ରକାଶ କରିଛନ୍ତି ।  ସୁଚନା ଥାଉକି ଗଙ୍ଗାବାଡ ପଞ୍ଚାୟ ବାସିନ୍ଦା ଯାତାୟତ କରିବା ପାଇଁ ଆନ୍ଦ୍ରପ୍ରଦେଶର ମନ୍ଦସା ମଣ୍ଡଳମ ଉପରେ ନିର୍ଭର କରୁଥିବା ବେଳେ ଚିକିତ୍ସା ନିମନ୍ତେ ମଧ୍ୟ ଆନ୍ଦ୍ର ଉପରେ ନିର୍ଭର କରୁଥିବା ସୁଚନା ମିଳିଛି । ଯାହାଫଳରେ ସେମାନେ ବାଧ୍ୟ ହୋଇ ଆନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ସେମାନଙ୍କ ପାଇଁ ଦିର୍ଘବର୍ଷ ହେବ ଓଡିଶା ସରକାର ଓଡିଶା ଦେଇ ରାସ୍ତାଟିଏ ମଧ୍ୟ କରିପାରୁନାହିଁ ଯାହାଫଳରେ ସେମାନେ ନା ଆନ୍ଦ୍ରକୁ ଛାଡିପାରୁଛନ୍ତି ନା ଓଡିଶାରେ ଶାନ୍ତିରେ  ରହିପାରୁଛନ୍ତି । ତିନି ଦୀନ ତଳେ ଆନ୍ଦ୍ର ବିରୋଧରେ ମୁହଁ ଖୋଲୁଥିବା ପୁର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କୁ ମିଛ ମାମଲାରେ ଫସାଇଥିଲେ କିଛି କୁଚକ୍ରି ଗୋଷ୍ଠି ଯାହାକୁ ନେଇ ତାଙ୍କୁ ଆନ୍ଦ୍ର ପୋଲିସ ଜେଲରେ ଭର୍ତ୍ତି କରିବା ପାଇଁ ଖୋଜି ବୁଲୁଛି । ଯଦି ରାଜ୍ୟ ସରକାର ବେଳ ଥାଉଣୁ କିଛି ଆବଶ୍ୟକୀୟ ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦ୍ରର ଦାଦାଗିରି ସେଠାରେ ଯେମିତି ଦିନକୁ ଦିନ ବଢିଚାଲିଛି  l ମଧ୍ୟ କିଛି ବର୍ଷ ମଧ୍ୟରେ ଆନ୍ଦ୍ର ଉକ୍ତ ଅଞ୍ଚଳକୁ ନିଜ କବ୍ଚାକୁ ନ ନେବ ସେଥିରେ ସନ୍ଦେହ ନଥିବା ପ୍ରକାଶ କରିଛନ୍ତି ଅଞ୍ଚଳ ବାସୀ ।( ସଞ୍ଜିବ କୁମାର ପାଣି ରାୟଗଡ଼ ଗଜପତି)

Exit mobile version