ଗଜପତିରୁ ବିହାର ଚୋରା ଚାଲାଣ ବେଳେ ୯ଲକ୍ଷ୍ୟ ଟଙ୍କାର ଗଞ୍ଜେଇ ମୋହନା ପୋଲିସ  ଜଣେ ନାବାଳକ କୁ ଅଟକ ରଖିବା ସହ ୪ଜଣଙ୍କୁ ଗିରଫ କରିଛି

ବଡଗଡ ରାସ୍ତାରେ ଜରାଉଘାଟି  ନିକଟରୁ ଜବତ କରିବା ସଙ୍ଗେ ସଙ୍ଗେ ଜଣେ ନାବାଳକ କୁ ଅଟକ ରଖିବା ସହ ୪ଜଣଙ୍କୁ ଗିରଫ କରିଛି l

ଓଡ଼ିଶା ତାଜା ନ୍ୟୁଜ ( ୦୯ ସେପ୍ଟେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ଥାନା ପକ୍ଷରୁ ଗଞ୍ଜେଇ ଚଢଉ କରାଯାଇ ୯ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣେ ନାବାଳିକାଙ୍କ ସହ ୫ଜଣଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ମୋହନା ଥାନା ପକ୍ଷରୁ ଏସ୍‌ଆଇ ଲିଜା ଏବଂ ତାଙ୍କ ଦଳୀୟ ଟିମ୍ ମୋହନା ଠାରୁ ବଡଗଡ ରାସ୍ତାରେ ଥିବା ଜରାଉ ଘାଟି ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଟାଟାମାଞ୍ଜା କାରକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ସେଥିରୁ ୪ଗୋଟି ବଡ ବ୍ୟାଗରେ ଗଞ୍ଜେଇ ବରାମତ କରିଥିଲେ । ଓଜନ ପରେ ଏହି ଗଞ୍ଜେଇ ସମୁଦାୟ ୧୩୨କେଜି ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୯ ଲକ୍ଷଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଘଟଣାରେ ଜଣେ ନାବାଳିକା ଥିବାରୁ ତାଙ୍କୁ ଅଟକ ରଖାଯାଇ ପଚରା ଉଚରା କରୁଥିବା ବେଳେ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଆର୍‌.ଉଦୟଗିରି ଥାନା ଅଞ୍ଚଳର ସଞ୍ଜିବ ବୀର, ବିହାର ରାଜ୍ୟର ବେଗୁସରାଇ ଅଞ୍ଚଳର ସନ୍ତୋଷ ସାହାଣୀ, ଛତିଶ ମହନ୍ତ ଓ ଦିଲ୍ଲୋ କୁମାର ମହନ୍ତ । ଏମାନେ ବରିପଦର ଗ୍ରାମ ଠାରୁ ବେଗୁସରାଇ ଅଞ୍ଚଳକୁ ଉକ୍ତ ଗଞ୍ଜେଇକୁ ଚାଲାଣ କରାଯାଉଥିବାର ସ୍ୱୀକାର କରିଥିବାର ଥାନା ସୂତ୍ରରୁ ପ୍ରକାଶ । ଏ ନେଇ ମୋହନା ଥାନାରେ କେସ ନଂ୧୬୯/୨୧ରେ ଅବକାରୀ ଆକ୍ଟ ଅନୁଯାଇ ଏକ ମାମଲା ରୁଜୁ ହୋଇଥିବାର ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି ।(ଗରୁଡ଼ ଧ୍ଵଜ ଚୌଧୁରୀ)

 

Exit mobile version