ପ୍ରମୋଦ ଭଗତ ଆସନ୍ତା କାଲି ଓଡ଼ିଶା ପହଞ୍ଚିବେ

ଓଡ଼ିଶା ତାଜା ନ୍ୟୁଜ (୯ ସେପ୍ଟେମ୍ବର ଗୁରୁବାର ) ବରଗଡ :-  ଓଡିଶା ର ପାରା ବ୍ୟାଡମିଣ୍ଟନ ଖେଳାଳୀ ତଥା ବିଶ୍ବର ର ନମ୍ବର ଏକ ପାରା ବ୍ୟାଡମିଣ୍ଟନ ଖେଳାଳୀ ଟୋକିୟୋ ଅଲିମ୍ପିକ୍ ରେ ଏକକ ପ୍ରତିଯୋଗିତା ରେ ସ୍ଵର୍ଣ୍ଣ ପଦକ ବିଜୟୀ ହେବାପରେ ଆସନ୍ତା କାଲି ଓଡ଼ିଶା ଫେରୁଛନ୍ତି। ସେ ଆସନ୍ତା କାଲି ଏୟାର ଇଣ୍ଡିଆ ର ଫ୍ଲାଇଟ ରେ ଆସୁଛନ୍ତି ଏବଂ ଅପରାହ୍ନ ଘ ୧.୪୦ ମି ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ। ବିମାନ ବନ୍ଦରରେ ତାଙ୍କୁ ରାଜ୍ୟ ସରକାର ଙ୍କ ବହୁ ଅଧିକାରୀ ସ୍ଵାଗତ କରିବା କାର୍ଯ୍ୟକ୍ରମ ରହିଛି ।

ପ୍ରମୋଦ ଙ୍କୁ ବିମାନ ବନ୍ଦରରେ ସ୍ଵାଗତ କରିବା ପାଇଁ ସେ ଜୀବନ ର ପ୍ରଥମ ବ୍ୟାଡମିଣ୍ଟନ ଖେଳ ଆରମ୍ଭ କରିଥିବା ଅତାବିରା ର ପ୍ଲେଆରସ କ୍ଲବ ର କର୍ମକର୍ତ୍ତା ମାନେ ଓ ତାଙ୍କ ସହ ଏକା ସାଥୀ ହୋଇ ଖେଳିଥିବା ଖେଳାଳୀ ମାନେ ଭୁବନେଶ୍ୱର ଗସ୍ତ କରିଛନ୍ତି। ଏହି ଦଳରେ କ୍ଲବ ର ସଭାପତି ରବି ପଣ୍ଡା, ସମ୍ପାଦକ କୌସିକ୍ ମହାକୁର,କୋଷାଧ୍ୟକ୍ଷ ସତିଶ ମିତ୍ତଳ, ଯୁଗ୍ମ ସମ୍ପାଦକ ଚେତନ ଶର୍ମା, କାର୍ଯକାରୀ କମିଟି ସଦସ୍ୟ ସନ୍ଦୀପ ଅଗ୍ରୱାଲ,ଦୀପକ ରାଏ ପ୍ରମୁଖ ସାମିଲ ଅଛନ୍ତି ।

ଏହି ପ୍ରତିନିଧି ମଣ୍ଡଳୀ ପ୍ରମୋଦ ଭଗତ ଙ୍କ ନିଜର ଗୃହ ଜିଲ୍ଲା ବରଗଡ ଆଗମନ ର କାର୍ଯ୍ୟସୂଚୀ ତାଙ୍କ ସହ ଆଲୋଚନା କରି ଫେରି ଆସିବା କାର୍ଯ୍ୟକ୍ରମ ରହିଛି। ପ୍ରକାଶ ଥାଉକି ଗତକାଲି ଅତାବିରା ଅଗ୍ରସେନ୍ ଭବନ ଠାରେ ସହର ର ପାଖାପାଖି ୩୦ ଟି ସଂଗଠନ ,ବିଜେଡି, ବିଜେପି, କଂଗ୍ରେସ ଗୋଟିଏ ଛାତ ତଳେ ଏକତ୍ରିତ ହୋଇ ପ୍ରମୋଦ ଭଗତ ଙ୍କୁ ନାଗରିକ ସମ୍ବର୍ଦ୍ଧନା ଦେବାକୁ ନିଷ୍ପତି ନିଆଯାଇଥିଲା। ଆସନ୍ତା ୧୫ ତାରିଖ ରେ ଶ୍ରୀ ଭଗତ ନିଜର ଜନ୍ମ ମାଟି କୁ ଆସିବା ସମୟରେ ପ୍ରଥମେ ଗୋଡଭଗା ଛକ ରେ ପଥପ୍ରାନ୍ତ ନାଗରିକ ସମ୍ବର୍ଦ୍ଧନା ଜଣାଇବା ପରେ ତାଙ୍କୁ ନିଜର ଜନ୍ମମାଟି ଅତାବିରା ଠାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଛି । (ସତ୍ୟ ନାରାୟଣ ପ୍ରଧାନ)

Exit mobile version