ଜହ୍ନ।ପଡାରେ ନୂଆଁଖାଇ ଯୋଟ୍ ଯାଟ ଆୟୋଜିତ

ଓଡ଼ିଶା ତାଜା ନ୍ୟୁଜ (୯ ସେପ୍ଟେମ୍ବର ଗୁରୁବାର ) ବରଗଡ଼ :- ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପୂର୍ବରୁ ଅସହାୟ ମାନଙ୍କୁ ଅଢି଼ଆ ଭେଟ ଦେବାର କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଅତାବିରା ବ୍ଲକ ଜହ୍ନ।ପଡା କଲ୍ୟାଣ ମଣ୍ଡପ ଠାରେ ସ୍ବେଛାସେବୀ ସଂଗଠନ ଦ୍ୱାରା ଆୟୋଜିତ ହୋଇଯାଇଛି । ୧୮ ଜଣ ଅସହାୟ, ବୃଦ୍ଧ ବୃଦ୍ଧା, ବିକଳାଙ୍ଗ ଙ୍କୁ ନୂଆଁଖାଇ ଭେଟ ଦିଆ ଯାଇଛି । ଯେଉଁ ଥିରେ ଚାଉଳ,ଡାଲି, ପନି ପାରିବା, ବସ୍ତ୍ର ଦିଆ ଯାଇଥିଲା ।

ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାକଲ୍ୟାଣ ବୋର୍ଡ଼ ର ଅବସରପ୍ରାପ୍ତ କର୍ମଚାରୀ ଦଖିଲ ପ୍ରଧାନ, ସମ୍ମାନିତ ଅତିଥି ଅବସର ପ୍ରାପ୍ତ ଶିକ୍ଷକ କୈଳାଶ ପ୍ରଧାନ, ସମ୍ବିଧାନ ସୁରକ୍ଷା ମଂଚ ର ଆବାହକ ପବିତ୍ର ଦେହେରି, ଚାଷୀ ନେତା ରମେଶ ମହାପାତ୍ର, ଆମ୍ ଆଦମୀ ପାର୍ଟି ର ଭବାନୀ ସାହୁ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ମୁକୁନ୍ଦ ମହାନନ୍ଦ , ସ୍ବେଛାସେବୀ ସଂଗଠନ ର ସଭାପତି ସରୋଜ ଦୀପ, ଉପସଭାପତି ଦେବଦତ୍ତ ମହାନନ୍ଦ, ସମ୍ପାଦକ ସୁଶାନ୍ତ ପାଇକ ଓ ଅନ୍ୟମାନଙ୍କ ମଧ୍ୟରେ ବିପିନ ପାଇକ, ଅର୍ଜୁନ ପାଇକ, କରୁଣା ଦୀପ, ରିଲୁ ବାଦୀ, ଭଗବାନ ପାଇକ, ସଂଜୟ ବାଦୀ, ଗୋବର୍ଦ୍ଧନ ପାଇକ, ଭକ୍ତ ପାଇକ, ସଂବାରୁ ପାଇକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।(ସତ୍ୟ ନାରାୟଣ ପ୍ରଧାନ)

Exit mobile version