ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ଜାନକୀ ବଲ୍ଲଭଙ୍କ ୫ମ ଶ୍ରଦ୍ଧାଞ୍ଜଳି , ରବିବାର, ଏପ୍ରିଲ 19.4.2020 :- ଭୁବନେଶ୍ୱର ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ପ୍ରଜ୍ଞାପୁରୁଷ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ସ୍ମୃତି ଉଦେଶ୍ୟ ରେ ଆସନ୍ତା ୨୧ ତାରିଖ ରେ ହେବାକୁ ଥିବା ୫ମ ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟିର ସାଧାରଣ ସମ୍ପାଦକ ଡ଼ଃ.ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି । ଏହି ଦିନ ଆର୍ଯ୍ୟଭବନ ଠାରେ ପୂର୍ବାହ୍ନ ଆଠ ଘଣ୍ଟା ସମୟରେ ଶାନ୍ତି ଯଜ୍ଞ ଓ ସ୍ବର୍ଗତ ପଟ୍ଟନାୟକ ଶିଶୁ ଭବନ ଛକ ସ୍ଥିତ ବାସଭବନ ଠାରେ ଫଟୋ ଚିତ୍ର ରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯିବ ଓ ଅନୁଷ୍ଠାନ ର କୋଷାଧକ୍ଷ ଡ଼ଃ ବଦ୍ରୀନାଥ ପଟ୍ଟନାୟକଙ୍କ ସଂଯୋଜନା ରେ ସନ୍ଧ୍ୟା ୬ ଘଣ୍ଟା ୩୦ ମିନିଟ ସମୟରେ ଜୁମ୍ ଭିଡିଓ ମାଧ୍ୟମ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ।ଜିଲ୍ଲା ସ୍ତରୀୟ କମିଟି ମାନେ ସ୍ଵ ସ୍ଥାନ ରେ କେବଳ ଫଟୋଚିତ୍ର ରେ ପୁଷ୍ପାର୍ଘ୍ୟ ଦେଇ କାର୍ଯ୍ୟ ସମ୍ପାଦନ କରିବାକୁ ଡ଼ଃ ଜ୍ଞାନେନ୍ଦ୍ର ଙ୍କ ଅନୁରୋଧ ।
ପ୍ରଜ୍ଞା ପୁରୁଷ ଜାନକୀ ବଲ୍ଲଭଙ୍କ ୫ମ ଶ୍ରଦ୍ଧାଞ୍ଜଳି

- Categories: Uncategorized, ଓଡ଼ିଶା, ହୋମ୍
Related Content
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି
by
Proprietor Abhimanyu Maharana
May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ
by
Proprietor Abhimanyu Maharana
May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ
by
Proprietor Abhimanyu Maharana
May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ
by
Proprietor Abhimanyu Maharana
May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର
by
Proprietor Abhimanyu Maharana
May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ
by
Proprietor Abhimanyu Maharana
May 6, 2026