ବରିଷ୍ଠ ନାଗରିକଙ୍କୁ ମାସ୍କ,ସାନିଟାଇଜର,ହ୍ୟାଣ୍ଡ ୱାସ, ଆଣ୍ଟି ସେପ୍ଟିକ୍ ୱାଇପସ୍ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ ( ୦୯ ସେପ୍ଟେମ୍ବର ଗୁରୁବାର ) ପୁରୁଣା ଭୁବନେଶ୍ୱର ରିପୋର୍ଟ /ଅଭିମନ୍ୟୁ ମହାରଣା :-ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ 60 ର ଏକାମ୍ର ବରିଷ୍ଠ ନାଗରିକ ସଂଘର ଶତାଧିକ କର୍ମକର୍ତ୍ତାଙ୍କୁ କରୋନା ମହାମାରୀ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ର ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେଇଥିଲେ।

ଶେଷରେ ବରିଷ୍ଠ ନାଗରିକମାନଙ୍କୁ ମାସ୍କ,ସାନିଟାଇଜର,ହ୍ୟାଣ୍ଡ ୱାସ, ଆଣ୍ଟି ସେପ୍ଟିକ୍ ୱାଇପସ୍ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା,ସଂଘର ସଭାପତି ବରିଷ୍ଠ ପ୍ରଶାସକ ହୃଷିକେଶ ତ୍ରିପାଠୀ, ସଂପାଦକ ଧିରେନ୍ ପଟ୍ଟନାୟକ, ନୃସିଂହ ଖୁଣ୍ଟିଆ ବଡୁ ନିଯୋଗ ସମିତି ର ସଭାପତି ଅଞ୍ଚଳ ବଟୁ,ସମ୍ପାଦକ କମଳାକାନ୍ତ ବଟୁ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version