ପ୍ରମୋଦଙ୍କ ସ୍ବାଗତ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶା ତାଜା ନ୍ୟୁଜ ( ୦୯ ସେପ୍ଟେମ୍ବର ଗୁରୁବାର ) ବରଗଡ଼ :- ପାରା ବ୍ୟାଡ଼ମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଜିତିବାପରେ ପ୍ରଥମ କରି ନିଜର ଜନ୍ମମାଟି ଅତାବିରାକୁ ଆସୁଛନ୍ତି । ତାଙ୍କୁ ସ୍ବାଗତ ଜଣାଇବାପାଇଁ ଅତାବିରା ଅଗ୍ରସେନ ଭବନଠାରେ ପ୍ଲେୟାର୍ସ କ୍ଲବର ସଭାପତି ରବିନାରାୟଣ ପଣ୍ତାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୫ତାରିଖରେ ସେ ଅତାବିରା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ତାଙ୍କୁ କେଉଁ ପ୍ରକାରରେ ସ୍ବାଗତ କରାଯିବ ତାହା ବୈଠକରେ ବିସ୍ତୁତ ଭାବରେ ଆଲୋଚ଼ନା ହୋଇଥିଲା । ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ସୀମା ଆରମ୍ଭ ଗୋଡ଼ଭଗା ଛକରୁ ଏକ ବିଶାଳ ବାଇକ ରେଲି ମାଧ୍ୟମରେ ଅତାବିରା ସମ୍ବର୍ଦ୍ଧନା ସ୍ଥଳକୁ ନିଆଯିବାପାଇଁ ପ୍ରସ୍ତାବ ନିଆଯାଇଛି ।

ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାପାଇଁ ରବିନାରାୟଣ ପଣ୍ତା ଏବଂ କୌସିକ ମହାକୁରଙ୍କୁ ସଂଯୋଜକ ଭାବରେ ଦାୟୀତ୍ବ ଦିଆଯାଇଛି । ଏଥିରେ ଅତାବିରାର ବରିଷ୍ଠ ନାଗରିକ ସଂଘ,କୁଲତା ସମାଜ,ମାରୱାଡି ସମାଜ, ବିହାରୀ ସମାଜ, ଗୁଜୁରାଟୀ ସମାଜ , ମାରୱାଡି ଯୁବାମଞ୍ଚ,କାୱା,କାକା,ବଣିକ ସଂଘ,ଭୂତପୂର୍ବ ସୈନିକ କଲ୍ୟାଣ ସଂଘ,ସାମ୍ବାଦିକ ସଂଘ,ଓକିଲ ସଂଘ,ପଶ୍ଚିମ ଓଡ଼ିଶା ଯୁବାମଞ୍ଚ,

ଆମ ସହର ଦାୟୀତ୍ବ ଆମର,କୃଷକ ସଂଗଠନ,ବଜରଙ୍ଗ ଦଳ,କୋଶଲ ଆନ୍ଦୋଳନ,ଟ୍ରକ ମାଲିକ ସଂଘ,ଧାନକଳ ମାଳିକ ସଂଘ,ଡ଼୍ରଗିଷ୍ଠ ଓ କେମିଷ୍ଟ ସଂଘ,ଭୀମ ଅର୍ମି,ଉଭୟ ଦୁର୍ଗାପୂଜା କମିଟୀ,ଫଟୋଗ୍ରାଫର ସଂଘ,ଟେଣ୍ଟହାଉସ ମାଲିକ ସଂଘ,ଭିଏସଏସ କ୍ଲବ, ଆଦର୍ଶ ୟୁଥ ଏସୋସିଏସନ୍, ରେଙ୍ଗାଲି କେମ୍ପ, ଯୁବ ଶକ୍ତି କ୍ଲବ, ରେଙ୍ଗାଲି ପାଲି, ସେବା କ୍ଲବ ,ଅତାବିରା, ଯୁବ ନାଟ୍ୟ ପରିଷଦ, କାଣ୍ଡପାଲି ,ବିଜେପି ଏବଂ କଂଗ୍ରେସର ପ୍ରତିନିଧିମାନେ ଯୋଗଦେଇଥିଲେ ।(ସତ୍ୟ ନାରାୟଣ ପ୍ରଧାନ )

Exit mobile version