ଚିକିତ୍ସାରେ ଅବହେଳା ଓ ସରକାରୀ ସହାୟତାରୁ ବଂଚିତ ହୋଇଥିବା ଅଭିଯୋଗ କରି ବିଧାନସଭା ଆଗରେ ବିଷ ପିଇ ଓ ହାତକାଟି ଆତ୍ମହତ୍ୟା ଉଦ୍ୟମ ଯୁବକର ମୃତ୍ୟୁ ଘଟିଛି

ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :-  ଚିକିତ୍ସାରେ ଅବହେଳା ଓ ସରକାରୀ ସହାୟତାରୁ ବଂଚିତ ହୋଇଥିବା ଅଭିଯୋଗ କରି ବିଧାନସଭା ଆଗରେ ବିଷ ପିଇ ଓ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଜଗତସିଂହପୁର ଜିଲ୍ଲା କୁଜଙ୍କ ଥାନା ପଙ୍କପାଳ ଗାଁର ଦାସରଥି ଦାସଙ୍କ ପୁଅ ଦୁଷ୍ମନ୍ତ । ପୋଲିସ ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି । ଆଜି ଅପରାହ୍ଣରେ ଦୁଷ୍ମନ୍ତ ବିଧାନସଭା ସମ୍ମୁଖ ତଥା ଲୋୟର ପିଏମଜିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ବିଷ ପିଇ ଓ ହାତକାଟି ଆତ୍ମତ୍ୟା ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ବେଳେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ହସପିଟାଲ ପକ୍ଷରୁ କୁହାଯାଉଛି, ତାଙ୍କର ଚିକିତ୍ସା ଠିକଠାକ ଚାଲିଥିଲା, ହେଲେ କେଉଁ କାରଣରୁ ମୃତ୍ୟୁ ଘଟିଲା, ତାହାର ତଦନ୍ତ କରାଯିବ ।

Exit mobile version