ଚିଲିକା ବିଧାୟକ ଜଗଦେବଙ୍କ ଦାଦାଗିରି : ଦଳରୁ ନିଲମ୍ବନ କଲେ ସୁପ୍ରିମୋ

ବିଜେପି ନେତା ଙ୍କୁ ମାଡ ମାରି : କିଳା ନେଲେ – ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ବୁଧବାର ) ଚିଲିକା :- ବିଜେଡି ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରି ପୁଣି ଥରେ ଚର୍ଚ୍ଚାକୁ ଅସିଛି । ବିଜେପି ବାଲୁଗାଁ ନଗର ସଭାପତି ନିରଂଜନ ସେଠୀଙ୍କୁ ବିଚ ରାସ୍ତାରେ ମାଡ ମାରିଛନ୍ତି । ଏନେଇ ଥାନାରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି କର୍ମୀମାନେ ବାଲୁଗାଁ ଥାନା ଘେରାଉ କରିଛନ୍ତି । ବୁଧବାର ବାଲୁଗାଁ ଏନଏସିରେ ଭତା ଟଙ୍କା ବଂଟର ଓ ଆବାସ ଯୋଜନା କାର୍ଯ୍ୟକ୍ରମ କରା ଯାଉଥିଲା ।

ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ନଗର ସଭାପତି ନିରଞ୍ଜନ ସେଠୀ ପଚାରିବାକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ହଠାତ ବିଧାୟକ ପ୍ରଶାନ୍ତ ଜଗଦେବ ସେଠାରେ ପହଁଚିଥିଲେ । ଏହି ସମୟରେ ନିରଂଜନଙ୍କୁ ସାମ୍ନାରେ ଦେଖି ଚିହିଁକି ଯାଇଥିଲେ । ଗାଡିରୁ ଓହ୍ଲାଇ ନିରଂଜନଙ୍କ ଆଡକୁ ମାଡି ଯାଇ ତାଙ୍କୁ ଧକ୍କା ମାରିଥିଲେ । ଏପରିକି ମାଡ ମଧ୍ୟ ମାରିଥିଲେ । ସର୍ବସମ୍ମୁଖରେ ବିଧାୟକ ମାଡ ମାରିବା ନେଇ ବିଜେପି ପ୍ରତିକ୍ରିୟାଶୀଳ ହୋଇଥିଲା ।

ଏନେଇ ଥାନାରେ ଏତଲା ଦେବା ସହ ବିଧାୟକଙ୍କ ଗିରଫ ଦାବିରେ ଥାନା ଆଗରେ ଧାରଣ ଦେଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ଖବରପାଇ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ବହୁ ବିଜେପି ନେତା ଘଟଣାସ୍ଥଳରେ ପହଁଚିଛନ୍ତି । ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରି ନୂଆ କଥା ନୁହଁ, ପୂର୍ବରୁ ମଧ୍ୟ ଏଭଳି ଅନେକ ନଜୀର ରହିଛି । ୨୦୧୬ରେ ବେଗୁନିଆ ବିଧାୟକ ଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବ ବୋଲଗଡ ତହସିଲଦାର ନିହାରିକା ନାୟକଙ୍କୁ ମାଡ ମାରି ଚର୍ଚ୍ଚାରେ ଥିଲେ ।

ସେ ସମୟରେ ବୋଲଗଡ ତହସିଲର କର୍ମଚାରୀମାନେ କଲମଛାଡ ଆନ୍ଦୋଳନ କରିବା ସହ ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ସେହିପରି ବେଗୁନିଆର ପୂର୍ବତନ ସରପଚ ନବ କିଶୋର ସ୍ୱାଇଁଙ୍କୁ ସର୍ବ ସାଧାରଣରେ ଧମକାଇବା ଭଳି ତାଙ୍କ ନାମରେ ଅଭିଯୋଗ ଆସିଥିଲା ଏନେଇ ନବକିଶୋର ବେଗୁନିଆ ଥାନାରେ ଏତଲା ଦେଇଥିଲେ ।

ବିଧାୟକଙ୍କ ବିରୋଧରେ ଏମିତି ଅପରାଧିକ ଅଭିଯୋଗ ନୂଆ ନୁହେଁ । ପୂର୍ବରୁ ଲୋକଙ୍କୁ ମାଡ଼ ମାରିବା, ଧମକଚମକ ଦେବା ଓ ଗାଳିଗୁଲଜ କରିବା ଭଳି ଅଭିଯୋଗ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ରହିଛି । ସେହିପରି ମନମୁଣ୍ଡାରେ ଜଣେ ବିଜେପି କର୍ମୀଙ୍କୁ ମାଡ଼, ଭୁବନେଶ୍ୱରରେ ଉଠା ଦୋକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଦେବା ଭଳି ଅନେକ ଘଟଣା ରହିଛି ।

Exit mobile version