ବରଗଡ଼ ଜିଲ୍ଲା ରେ ପନିପରିବା ଚାଷୀ ଅଭାବି ବିକ୍ରୀ ର ଶିକାର : ମାଗଣା ରେ ବାଣ୍ଟିଲେ ପରିବା

ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ବୁଧବାର ) ବରଗଡ଼ :- କୃଷି ପ୍ରଧାନ ବରଗଡ଼ ଜିଲ୍ଲା ରେ ପନିପରିବା ଚାଷୀ ଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ବଜାର ହୋଇ ପାରି ନଥିବା ବେଳେ ସାଇତି ରଖିବା ପାଇଁ କୋଲ୍ଡ ଷ୍ଟୋରେଜ ର ବ୍ୟବସ୍ଥା ହୋଇପାରିନାହିଁ। ଫଳରେ ବରଗଡ଼ ଜିଲ୍ଲା ର ପନିପରିବା ଚାଷୀ ବେପାରୀଙ୍କୁ କମ୍ ଦରରେ ପନିପରିବା ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି। ଏହାର ପ୍ରତିବାଦରେ ଆଜି ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଦଶ ମାଇଲ ଛକଠାରେ ଚାଷୀ ନେତା ଲିଙ୍ଗରାଜ ଙ୍କ ନେତୃତ୍ବରେ ପ୍ରତିବାଦ ଆନ୍ଦୋଳନ କରିଥିଲେ।

ବର୍ତ୍ତମାନ ବରଗଡ଼ ଜିଲ୍ଲା ରେ ବାଇଗଣ ୨ ରୁ୩ ଟଙ୍କା,ଝୁଣଙ୍ଗ ୩/୪ ଟଙ୍କା,କଲରା ୩/୪ଟଙ୍କା ରେ ବେପାରୀ ମାନେ ମୁଳଚାଳ କରି କିଣୁଛନ୍ତି। ଫଳରେ ଚାଷୀମାନେ ଚାଷ ରେ ଖର୍ଚ୍ଚ ହୋଇଥିବା ଟଙ୍କା ମଧ୍ୟ ପାଉନାହାନ୍ତି। ଏହି ସମ୍ପର୍କରେ ଜିଲ୍ଲା ପ୍ରଶାସନ କୁ ବହୁ ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରତିକାର ହୋଇନାହିଁ। ଏହାର ପ୍ରତିବାଦରେ ଆଜି ଚାଷୀ ମାନେ ସୋହେଲା ବ୍ଲକ ର ଦଶ ମାଇଲ ଛକରେ ପରିବା ରଖି ପ୍ରତିବାଦ କରିବା ସହ ମାଗଣାରେ ପାରିବା ବାଣ୍ଟିଥିଲେ।( ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )

Exit mobile version