ବୁଢାକେନ୍ଦୁଆ ବଜାରରେ ନକଲି ଡିଜେଲ ଓ କାରଖାନା ଠାବ – ମାଲିକ ଗିରଫ

ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ବୁଧବାର ) ଛତିଆ :- ବୈରୀ ଥାନା ଅନ୍ତର୍ଗତ ବୁଢାକେନ୍ଦୁଆ ବଜାର ରେ ନକଲି ଡିଜେଲ ଓ ପେଟ୍ରୋଲ କାରଖାନା ଠାବ,ନକଲି କରିବା ର ମାଷ୍ଟରଗିରଫ । ସୂଚନା ଥାଉକି, ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ବୁଢା କେନ୍ଦୁଆ ବଜାରରେ ଜୁମର ଖଟୁଆ ନାମକ ଜନୈକ ବ୍ୟକ୍ତି ପିତାଙ୍କ ନାମ ପୁରସ୍ତମ୍ ଖଟୁଆ,ବୟସ, 50 ଗାଁ- ପାରିଆ ପଞ୍ଚାୟତର ନାଣ୍ଡୁଆ ଝର ଗ୍ରାମରେ ବୋଲି ଜଣାପଡିଛି ।

ତେବେ ନକଲି ବ୍ୟବସାୟୀ ଜଣଙ୍କ ଦୀର୍ଘଦିନ ଧରି ଅବାଧରେ ବୁଢା କେନ୍ଦୁଆ ବଜାରରେ ଏହି ନକଲି । କଳା ସାମାର୍ଯ୍ୟ ଚଳାଇ ଆସୁଥିଲେ । ବିଶେଷ ସୂତ୍ରରୁ ଯାଜପୁର ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଧେଶରେ ବୈରୀ ଥାନା ଅଧିକରିଣୀ ସଂଘମିତ୍ରା ନାୟକ ଓ ସ୍ପେସିଆଲ ସ୍କ୍ୱାର୍ଡର ମିଳିତ ବୁଢ଼ା କେନ୍ଦୁଆ ବଜାରରେ ଚଢ଼ାଉ କରି ଘଟଣା ସ୍ଥଳରୁ ୧୩ ଗୋଟି ବ୍ୟାରେଲ ରେ ୨ ହଜାର ୮00 ଲିଟରରୁ ଉର୍ଦ୍ଧ କିରୋସିନୀ ତେଲ ରୁ ପ୍ରସ୍ତୁତି କରଯାଉ ଥିବା ନକଲି ଡିଜେଲ,ଓ ପେଟ୍ରୋଲ ,

କେମିକାଲ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରି ଥାନାକୁ ଆଣିଥିଲେ । ତେବେ ଜବତ ସାମଗ୍ରୀ ଗୁଡିକୁ ଜବତ କରିବା ସହିତ ଅଧିକ ତଦନ୍ତ ବୈରୀ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ,ଦୀର୍ଘଦିନ ଧରି ବ୍ୟକ୍ତି ଜଣକ କିପରି ଏହି ନକଲି କାରବାର ଚଳାଇ ଆସୁଥିଲେ ,ଏବଂ ବୈରୀ ପୁଲିସ କିପରି ଜାଣି ପାରି ନ ଥିଲା ଯାହା କି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।   (ଛତିଆ ରୁ ଚନ୍ଦ୍ରଶେଖର ପୃଷ୍ଟି )

Exit mobile version