Home ଓଡ଼ିଶା କନ୍ଧମାଳ ଜିଲ୍ଲା ସ୍ତରୀୟ କଳା ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୮ ସେପଟେମ୍ୱର ବୁଧବାର ) କନ୍ଧମାଳ :- କରୋନା ସଂକ୍ରମଣ ଏବଂ ଏଥିପାଇଁ ଜାରି ହୋଇଥିବା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ଧରି ଫୁଲବାଣୀ ସହରରେ କୌଣସି ପ୍ରକାର ସାଂସ୍କୃତିକ ପ୍ରତିଯୋଗିତା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରି ନାହିଁ । ଦୀର୍ଘଦିନ ପରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଏ.କେ.ପ୍ରଡ଼କସନ୍ ପକ୍ଷରୁ ଜିଲା ସ୍ତରୀୟ କନ୍ଧମାଳ କଳା ପ୍ରତିଭା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାର ବିିଭିନ୍ନ ଅଞ୍ଚଳ ର କଳାକାର ମାନେ ଯୋଗଦେଇ ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ । ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଫୁଲବାଣୀ ସଭାଗୃହ ଠାରେ ଏହାର ଶେଷ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ସଦରଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା , ବିଶିଷ୍ଟ କଣ୍ଠଶିଳ୍ପୀ ଜଳନ୍ଧର ବେହେରା , ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର , ବରିଷ୍ଠ ଅଭିନେତା ଗୁନା ମହାପାତ୍ର , ସଙ୍ଗୀତ ନିର୍ଦ୍ଧେଶକ ସୁଶାନ୍ତ କୁମାର ସାହାଣିଙ୍କ ସମେତ ଏ.କେ.ପ୍ରଡ଼କସନ୍ ର ଅମୁଲ୍ୟ କୁମାର , ଶଶାଙ୍କ କୁମାର ଦିଗାଲ ଓ କପିଲ୍ କୁମାର ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅଶୋକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ପ୍ରତିଯୋଗିତାରେ ଆଦିତି ମଲିକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମିଟୁ ପାଲଟା ସିଂ ଦ୍ୱିତୀୟ ଏବଂ କାଜଲ୍ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିଭଳି ନୃତ୍ୟ ପ୍ରତିଯୋଗିତାରେ ପୂଜା ଦିଗାଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମିଟୁ ଦିଗାଲ ଦ୍ୱିତୀୟ ଏବଂ ଜନନୀ କହଁର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ପ୍ରତିଯୋଗିତାରେ ସଙ୍ଗୀତରେ ବିଚାରକ ଭାବେ ଅମୀର କୁମାର ସାହାଣୀ , ଡ.ଅସିତ୍ କୁମାର ନନ୍ଦ ଓ ଶ୍ରୀମତି ଜନୁଜା ମହାନ୍ତି ଏବଂ ନୃତ୍ୟରେ ବିଚାରକ ଭାବେ ଦୀପକ କୁମାର ଦିଗାଲ , ସୁଖ ରଂଜନ ସାହାଣୀ ଏବଂ ରଂଜିତ୍ କୁମାର ମୁଖୀ ଦାୟିତ୍ୱ ତୁଲାଇଥିଲେ । ପ୍ରତିଯୋଗିତାରେ ବିଜୟୀ ମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗିତା ପରିଚାଳନାରେ କମିଟିର ଅମୂଲ୍ୟ କୁମାର , ରଂଜିତ୍ ମୁଖୀ , ଅମିର ସାହାଣୀ , ଚିତ ରଂଜନ ସାହୁ , ସୁଶାନ୍ତ ଚିନ୍ନାରା , ଅଶୋକ ମହାନ୍ତିଙ୍କ ସମେତ ଫୁଲବାଣୀର ସମସ୍ତ ୟୁ ଟୁବର ମାନେ ସହଯୋଗ କରିଥିଲେ । ଦୀର୍ଘଦିନ ପରେ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁଁ ଅନେକ ଦର୍ଶକ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । (ରିପୋର୍ଟ/ସଞ୍ଜୟ କୁମାର ପାଣିଗ୍ରାହୀ) Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026 ୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ by Proprietor Abhimanyu Maharana October 8, 2026 ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍ by Proprietor Abhimanyu Maharana October 8, 2026 ଇଣ୍ଡିମେଣ୍ଟ ପକ୍ଷରୁ ଓଡିଶା ବନ୍ଦ ପାଳନ ପରିପକ୍ଷୀରେ କଟକର ବିଭିନ୍ନ ସ୍ଥାନରେ ବିକ୍ଷୋଭ by Proprietor Abhimanyu Maharana October 8, 2026