ଗୋପାଳପୁର : ଦିନ ଦ୍ଵିପହରରେ ସୁନା ଦୋକନରୁ ଲୁଟି ନେଲେ ଲୁଟେରା

ଓଡ଼ିଶା ତାଜା ନ୍ୟୁଜ୍ (୮ ସେପଟେମ୍ୱର ବୁଧବାର ) ରଣପୁର,ଗୋପାଳପୁର /ରିପୋର୍ଟ ଅଭିମନ୍ୟୁ :-  ଆଜି ରଣପୁର ଅନ୍ତର୍ଗତ ଗୋପାଳପୁର ମେନ୍ ବଜାରରେ ଥିବା ସାଇ ସୁନା ଅଳଙ୍କାର ଦୋକାନରୁ ଦିନ ଦ୍ଵିପହରେ ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଲେ ଲୁଟେରା । ସାଇ ଅଳଙ୍କାର ଦୋକାନ ର ମାଲିକ ତାଙ୍କ ପୁଅ କୁ ଦୋକାନ ରେ ଜଗାଇ ବଜାର କୁ ଯାଇଥିବା ବେଳେ

 

ସେହି ସମୟକୁ ଲକ୍ଷ୍ୟ କରି ଲୁଟେରା ମାନେ ମୋଟର ସାଇକେଲ ରେ ଆସି ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଯାଇଥିବା ଅଭିଯୋଗ ହୋଇଛି । ପୁଅକୁ ଡରାଇ ଧମକାଇ ଅଳଙ୍କାର ବାକ୍ସ ଓ ଲକର ଚାବି ନେଇ ସୁନା ,

ରୂପା ଅଳଙ୍କାର ନେଇ ଫେରାର ହୋଇଗଲେ ଚୋର । ପରେ ରଣପୁର ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଲୁଟ୍ ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି । ତେବେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇଥିବା ଫୁଟେଜ କୁ ନେଇ ତଦନ୍ତ ଜାରି ରଖିଛି ପୋଲିସ୍ ।

Exit mobile version