ରାଜ୍ୟ ଓ ଜିଲ୍ଲା ବିଜେପି ପ୍ରତିନିଧି ଦଳ ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ, ଗଜପତି ଜିଲ୍ଲାର ମରୁଡି ପ୍ରଭାବିତ ଅଞ୍ଚଳ ଗସ୍ତ କରି ଚାଷୀଙ୍କ ସମସ୍ୟା ନେଇ ଆଲୋଚନା କଲେ

ଓଡ଼ିଶା ତାଜା ନ୍ୟୁଜ୍ (୮ ସେପଟେମ୍ୱର ବୁଧବାରପାରଳାଖେମୁଣ୍ଡି :- ରାଜ୍ୟର ବିଭିନ୍ନ ମରୁଡି ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବା ପାଇଁ ଭାଜପାର ଏକ ପ୍ରତିନିଧି ଦଳ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲା ମୋହନା ଠାରେ ପହଞ୍ôଚଥିଲେ । ସ୍ଥାନୀୟ ଭାଜପା ଦଳ ପକ୍ଷରୁ ଓ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ପୁଷ୍ପଗୁଛ ଓ ଉପଢୈକନ ଦେଇ ସ୍ୱାଗତ କରାଯାଇଥିଲା । ପ୍ରତିନିଧି ଦଳ ମରୁଡି ପ୍ରଭାବିତ ଅଞ୍ଚଳ ଚାଷୀଙ୍କ ସହ ସରଜମିନ୍ ତଦନ୍ତ କରିବା ସହ କୃଷକ ମାନଙ୍କର ବିଭିନ୍ନ ଦାବିପତ୍ର ଗ୍ରହଣ କରିଥିଲେ ।

ଉଠା ଜଳସେଚନର ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପ ଓ ନିମ୍ନମାନର କାମ ଯୋଗୁଁ ଚାଷୀ ପାଉନାହାନ୍ତି ପାଣି ବୋଲି ଚାଷୀମାନେ ମତବ୍ୟକ୍ତ କରିଥିଲେ । ଏହି ପ୍ରତିନିଧି ଦଳରେ କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ କାମାକ୍ଷ ପ୍ରସାଦ ପ୍ରଧାନ, କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଭଗବାନ ପଣ୍ଡା, ସତ୍ୟବାଦୀ ଚଇନି, ରାଜ୍ୟ ସଂଯୋଜକ ପ୍ରଦୀପ ସାହୁ, କିଶୋର ସୁତାର, ଲିଙ୍ଗରାଜ ବାରିକ, ପ୍ରାଚୁର୍ଯ୍ୟ ହୋତା, ଶ୍ରୀନିବାସ ପାତ୍ର,

ବିଶ୍ୱଜିତ ବଡଜେନା, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପାଳ, ବ୍ଲକ ମଣ୍ଡଳ ସଭାପତି ସତ୍ୟନାରାୟଣ ଦଣ୍ଡସେନା, ଦିବାକର ପ୍ରଧାନ, ସୁଧୀର ପାଇକ, ପ୍ରଭାତ ପାତ୍ର, ଡୁଲୁ ମିଶ୍ର, ମନୋଜ ସାହୁ ଏବଂ ଅନେକ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହାପରେ ପ୍ରତିନିଧି ଦଳଙ୍କୁ ଝିଲିକି ଗ୍ରାମରେ କୃଷକମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।(ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version