ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା, ରବିବାର, ଏପ୍ରିଲ 19.4.2020 :- ଭୁବନେଶ୍ୱର, ଲକ୍ ଡାଉନ୍ ରେ ଫସି ରହିଥିବା ଓଡ଼ିଆମାନେ ରାଜ୍ୟକୁ ଫେରିବା ପୂର୍ବରୁ ସେମାନଙ୍କ ପରିବାର ଓ ବନ୍ଧୁମାନେ ନିଜ ପଞ୍ଚାୟତରେ ନାଁ ରେଜିଷ୍ଟ୍ରେସନ୍ କରିବେ । ଫେରିଲା ପରେ ସେହି ପଞ୍ଚାୟତରେ କ୍ୱାରେଣ୍ଟାଇନ୍ ରେ ରହିବେ । ସେମାନଙ୍କର ଖାଇବା, ରହିବା ଓ ଚିକିତ୍ସା ସବୁ ମାଗଣାରେ ଯୋଗାଇ ଦିଆଯିବ । କ୍ୱାରେଣ୍ଟାଇନ୍ ଅବଧି ସରିବା ପରେ ପ୍ରୋତ୍ସାହନ ରାଶି ଭାବେ ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କା ଦିଆଯିବ । କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଅନ୍ୟ ରାଜ୍ୟରେ ଅଟକି ରହିଥିବା ଲକ୍ଷ ଲକ୍ଷ ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ରୋଗୀ ଏବଂ ପ୍ରଫେସନାଲ୍ ଙ୍କ ଦୁର୍ଦ୍ଦଶାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ପଦକ୍ଷେପରେ ସହଯୋଗ କରିବାକୁ ଅପିଲ୍ କରିଛନ୍ତି । ଅନ୍ୟ ରାଜ୍ୟରୁ ଫେରନ୍ତା ଓଡ଼ିଆଙ୍କ ରେଜିଷ୍ଟ୍ରେସନ୍ ଓ କ୍ୱାରେଣ୍ଟାଇନ୍ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ଅନୁଷ୍ଠାନଗୁଡ଼ିକ ଉପରେ ଦାୟିତ୍ୱ ଛାଡ଼ିଛନ୍ତି । କୋଭିଡ୍-୧୯ ନିୟନ୍ତ୍ରଣ ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ଏହି କାର୍ଯ୍ୟକୁ ମାନବୀୟ ଦୃଷ୍ଟିରୁ ଗ୍ରହଣ କରି ଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏହି ଐତିହାସିକ ପଦକ୍ଷେପ ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଅସାଧାରଣ ପରିସ୍ଥିତି, ଅସାଧାରଣ ସମାଧାନ ଆବଶ୍ୟକ କରେ । ପଞ୍ଚାୟତ ଏବଂ ଅର୍ବାନ୍ ଲୋକାଲ୍ ବଡି ମାନଙ୍କ ସଶକ୍ତିକରଣ ଦ୍ୱାରା ଆମେ ପରିସ୍ଥିତିକୁ ଠିକ୍ ଭାବେ ମୁକାବିଲା କରିପାରିବା । ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କୁ ଉଚିତ ସେବା ଯୋଗାଇ ଦେଇପାରିବା ଏବଂ କୋଭିଡ୍-୧୯ ବିରୁଦ୍ଧରେ ଆମ ଲଢ଼େଇକୁ ଆହୁରି ମଜବୁତ କରିପାରିବା ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଭିଡ଼ିଓ ବାର୍ତ୍ତାରେ ପୁଣି କହିଛନ୍ତି, ।
କୋଭିଡ୍-୧୯ ନିୟନ୍ତ୍ରଣ ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା : କ୍ୱାରେଣ୍ଟାଇନ୍ ଅବଧି ସରିବା ପରେ ପ୍ରୋତ୍ସାହନ ରାଶି ୨ ହଜାର ଟଙ୍କା ଦିଆଯିବ ।

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର
by
Proprietor Abhimanyu Maharana
April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ
by
Proprietor Abhimanyu Maharana
April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ
by
Proprietor Abhimanyu Maharana
April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ
by
Proprietor Abhimanyu Maharana
April 30, 2026
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
by
Proprietor Abhimanyu Maharana
April 30, 2026
ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ
by
Proprietor Abhimanyu Maharana
April 30, 2026