ଓଡ଼ଗାଁ ଆଦର୍ଶ ଥାନା ପୋଲିସ ହାବୁଡ଼ରେ ଗଞ୍ଜେଇ ବେପାରୀ , ଜଣେ ଗିରଫ

ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଭୟରେ : ନିଶା ବେପାରୀ ଆତଙ୍କିତ

ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ଓଡ଼ଗାଁ :- ଓଡ଼ଗାଁ ରେ ଗଞ୍ଜେଇ ଓ ଭାଙ୍ଗ ବେପାରୀ ଙ୍କ ଉପରେ ଅତର୍କିତ ଚଢ଼ାଉ କରିଛି ଓଡ଼ଗାଁ ଆଦର୍ଶ ଥାନା ପୋଲିସ । ତେବେ ଓଡ଼ଗାଁ ପେଟ୍ରୋଲ ପମ୍ପ ପାଖରୁ ପୋଲିସ ଗଞ୍ଜେଇ ବେପାରୀ ଙ୍କ ର ପିଛା କରି ଗାଡି ଉପରେ ଚଢ଼ାଉ କରିଥିବା ଜଣା ଯାଇଛି । ସୋମବାର ଦିନ ରାତିରେ ମୋଟର ସାଇକେଲ ର ନମ୍ବର ପ୍ଲେଟ ଲଗାଇ ଗଞ୍ଜେଇ ଓ ଭାଙ୍ଗ ବେପାର କରି ଆସୁଥିଲେ ଯାହାଙ୍କୁ କାବୁ କରିଛନ୍ତି ପୋଲିସ ଥାନା ଅଧିକାରୀ ।

ଉକ୍ତ ବେପାରୀ ଙ୍କୁ ଗିରଫ କରି ୯୬/୨୧ ରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଉକ୍ତ ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଓଡ଼ଗାଁ ରଗୋଡିଘୋଡା ଗ୍ରାମର ସନ୍ତୋଷ ପାତ୍ର । ସେ ଏକ ପେଶାଦାର ଗଞ୍ଜେଇ ଓ ଭାଙ୍ଗ ବେପାରୀ ବୋଲି ଜଣା ପଡ଼ିଛି ।

ପୂର୍ବ ସୂଚନାନୁସାରେ ସନ୍ତୋଷ ନାମରେ ଦୁଇ ଦୁଇଟି ଗଞ୍ଜେଇ ଚାଲାଣ କେସ ରହିଛି । ବେପାରୀ ଗଞ୍ଜେଇ ପୂର୍ଣ୍ଣ ଗାଡି ରେ ବେପାର କରିବାକୁ ଯାଉଥିବା ସମୟରେ ଓଡ଼ଗାଁ ଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନା ଙ୍କ ତତ୍ୱବଧାନ ରେ ଗଞ୍ଜେଇ ବେପାରୀ କୁ ଗିରଫ କରିବା ସହ ନଗଦ ୩୨୦୦୦ ଟଙ୍କା ଜବତ କରିଛି ଆଦର୍ଶ ଥାନା ପୋଲିସ । (ରିପୋର୍ଟ ଆଶ୍ୱିନ କୁମାର ସାହୁ)

Exit mobile version