Home ଓଡ଼ିଶା ଓଲଟିଲା ଆଳୁ ଵୋଝାଇ ଟ୍ରକ ମାନବିକତା ଭୂଲି ଗଲେ ଲୋକେ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳୁଛି । ଆଳୁ ବସ୍ତା ଗୁଡିକୁ ଲୋକମାନେ ବୋହି ନେଇ ଯାଉଥିବା ଭଳି ଅମାନବିକତାର ପରିଚୟ । ଯାହା ଆଜି ସାଧାରଣ ରେ ଚର୍ଚ୍ଚା ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ଛତିଆ :- ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ନିକଟ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳୁଛି । ସକାଳ ପ୍ରୟ ୫.୩୦ ସମୟରେ ଚଣ୍ଡିଖୋଲ ନିକଟସ୍ଥ ଛତିଆ ଏସ, ଆର ପେଟ୍ରୋଲ ପମ୍ପ ନିକଟରେ WB33-C2930 ନମ୍ବର୍ ଥିବା ଏକ ଆଳୁ ବୋଝେଇ ଟ୍ରକ କଟକ ଅଭିମୁଖେ ଯାଉଥିବା ବେଳେ ରାସ୍ତା ରେ ସିମେଣ୍ଟ ଅନଲୋଡ଼ କରି ଠିଆହୋଇ ଥିବା ଏକ ଟ୍ରକ ଯାହାର ନମ୍ବର୍ OD-04-H0488 ପଛ ପଟୁ ଧକ୍କା ଦେଇଥିଲା,ଫଳରେ 16 ନମ୍ୱର ଜାତୀୟ ରାଜପଥରେ ଆଳୁ ବୋଝେଇ ଟ୍ରକ ଟି ଓଲଟି ପଡିଥିବା ବେଳେ, ଅନ୍ୟ ଟ୍ରକ ଟି ରାସ୍ତା ତଳକୁ ଖସି ପଡିଥିବା ଦେଖିବାକୁ ମିଳିଛି । ଏହି ଖବର ପାଇ ବଡ ଚଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି, ଟ୍ରକ ର ଆହତ ଡ୍ରାଇଭର ଙ୍କୁ ଚିକିତ୍ସା ପାଇଁ ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ଦେଖିବାକୁ ମିଳିଛି । ତେବେ ଆଳୁ ବସ୍ତା ଗୁଡିକୁ ଲୋକମାନେ ବୋହି ନେଇ ଯାଉଥିବା ଭଳି ଅମାନବିକତାର ପରିଚୟ । ଦେଖିବାକୁ ମିଳୁଛି । ଯାହା ଆଜି ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଥିଲା ।(ଛତିଆ ରିପୋର୍ଟ ଚନ୍ଦ୍ରଶେଖର ପୃଷ୍ଟି) Categories: ଓଡ଼ିଶା, କଟକ, ଯାଜପୁର, ହୋମ୍ Related Content Axis Bank Freezes Bhubaneswar Firm’s Account for Over 15 Days Despite High Court Relief by Proprietor Abhimanyu Maharana October 24, 2026 କୋର୍ଟ ନିର୍ଦ୍ଦେଶ ସତ୍ୱେ ଚାଲୁ ହେଲାନି ବ୍ୟାଙ୍କ ଖାତା, ଆକ୍ସିସ୍ ବ୍ୟାଙ୍କ ଭୂମିକାକୁନେଇ ଅସନ୍ତୋଷ by Proprietor Abhimanyu Maharana October 24, 2026 ୫୬ତମ ଓଡ଼ିଶା ରାଜ୍ୟ ସିନିୟର ଖୋ ଖୋ ଚାମ୍ପିଅନସିପ୍ ୨୦୨୬ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫରମାନ୍ସ ସେଣ୍ଟର ଆଥଲେଟ୍ ଙ୍କ ଉତ୍କୃଷ୍ଟ ପ୍ରଦର୍ଶନ by Proprietor Abhimanyu Maharana October 24, 2026 Odisha AM/NS India Kho Kho High Performance Centre athletes excel at 56th Odisha State Senior Kho Kho Championship 2026 by Proprietor Abhimanyu Maharana October 24, 2026 ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ by Proprietor Abhimanyu Maharana October 24, 2026 VAML Organises Eye Screening Camp in Laxmipur, Benefits Nearly 200 Community Members by Proprietor Abhimanyu Maharana October 24, 2026