Home ଓଡ଼ିଶା ଓଲଟିଲା ଆଳୁ ଵୋଝାଇ ଟ୍ରକ ମାନବିକତା ଭୂଲି ଗଲେ ଲୋକେ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳୁଛି । ଆଳୁ ବସ୍ତା ଗୁଡିକୁ ଲୋକମାନେ ବୋହି ନେଇ ଯାଉଥିବା ଭଳି ଅମାନବିକତାର ପରିଚୟ । ଯାହା ଆଜି ସାଧାରଣ ରେ ଚର୍ଚ୍ଚା ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ଛତିଆ :- ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ନିକଟ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳୁଛି । ସକାଳ ପ୍ରୟ ୫.୩୦ ସମୟରେ ଚଣ୍ଡିଖୋଲ ନିକଟସ୍ଥ ଛତିଆ ଏସ, ଆର ପେଟ୍ରୋଲ ପମ୍ପ ନିକଟରେ WB33-C2930 ନମ୍ବର୍ ଥିବା ଏକ ଆଳୁ ବୋଝେଇ ଟ୍ରକ କଟକ ଅଭିମୁଖେ ଯାଉଥିବା ବେଳେ ରାସ୍ତା ରେ ସିମେଣ୍ଟ ଅନଲୋଡ଼ କରି ଠିଆହୋଇ ଥିବା ଏକ ଟ୍ରକ ଯାହାର ନମ୍ବର୍ OD-04-H0488 ପଛ ପଟୁ ଧକ୍କା ଦେଇଥିଲା,ଫଳରେ 16 ନମ୍ୱର ଜାତୀୟ ରାଜପଥରେ ଆଳୁ ବୋଝେଇ ଟ୍ରକ ଟି ଓଲଟି ପଡିଥିବା ବେଳେ, ଅନ୍ୟ ଟ୍ରକ ଟି ରାସ୍ତା ତଳକୁ ଖସି ପଡିଥିବା ଦେଖିବାକୁ ମିଳିଛି । ଏହି ଖବର ପାଇ ବଡ ଚଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି, ଟ୍ରକ ର ଆହତ ଡ୍ରାଇଭର ଙ୍କୁ ଚିକିତ୍ସା ପାଇଁ ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ଦେଖିବାକୁ ମିଳିଛି । ତେବେ ଆଳୁ ବସ୍ତା ଗୁଡିକୁ ଲୋକମାନେ ବୋହି ନେଇ ଯାଉଥିବା ଭଳି ଅମାନବିକତାର ପରିଚୟ । ଦେଖିବାକୁ ମିଳୁଛି । ଯାହା ଆଜି ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଥିଲା ।(ଛତିଆ ରିପୋର୍ଟ ଚନ୍ଦ୍ରଶେଖର ପୃଷ୍ଟି) Categories: ଓଡ଼ିଶା, କଟକ, ଯାଜପୁର, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026