ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଫିଜିଟାଲ୍ ସୁନା ବ୍ୟବସାୟରେ ପ୍ରବେଶ

ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ଭୁବନେଶ୍ୱର :- ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଏହାର ନିଜସ୍ୱ ଅନ୍‌ଲାଇନ୍‌ ସୁନା କାରବାର ପ୍ଲାଟ୍‌ଫର୍ମ ଡିଜି ଗୋଲ୍ଡକୁ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ଜ୍ଞଚ୍ଚୟସଶସଶକ୍ଟକ୍ଷୟ.ମକ୍ଟଜ୍ଞ/) ଉନ୍ମୋଚନ କରି ଫିଜିଟାଲ୍ ସୁନା ବ୍ୟବସାୟରେ ପ୍ରବେଶ କରିଛି । ଭାରତରେ ସୁନାକୁ ସବୁ ପିଢ଼ି ପାଇଁ ସବୁଠୁ ବିଶ୍ୱାସଯୋଗ୍ୟ ନିବେଶ ଭାବେ ବିଚାର କରାଯାଏ । ଗ୍ରାହକମାନଙ୍କ ଦ୍ୱାରା ପ୍ରଯୁକ୍ତିକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଉଥିବାରୁ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଡିଜି ଗୋଲ୍ଡ ହେଉଛି ୯୯୫ ଶୁଦ୍ଧତାର ୨୪ କ୍ୟାରେଟ୍ ସୁନାରେ ନିବେଶ କରିବା ଲାଗି ସବୁଠୁ ବିଶ୍ୱାସଯୋଗ୍ୟ ଓ ସ୍ୱଚ୍ଛ ମାଧ୍ୟମ । ପାନ୍ କାର୍ଡ/ଫର୍ମ ୬୧ ଓ ନିଜ ନାମରେ ବ୍ୟାଙ୍କ ଖାତା ଥିବା ଗ୍ରାହକମାନେ ଡିଜି ଗୋଲ୍ଡ କାରବାର କରିବାର ସୁଯୋଗ ପାଇବେ ।

ସେମାନେ ନିଜର ଅନ୍‌ଲାଇନ୍‌ ସୁନା ସଂଚୟ ଯାତ୍ରାକୁ ୨୫୦ ଟଙ୍କା ଭଳି କମ୍ ମୂଲ୍ୟର ନିବେଶ ଜରିଆରେ ଆରମ୍ଭ କରିପାରିବେ । ଡିଜି ଗୋଲ୍ଡ ପ୍ଲାଟ୍‌ଫର୍ମରେ ଗ୍ରାହକମାନେ ନିଜର ଅନ୍‌ଲାଇନ୍ ସୁନା କିଣାକୁ ପ୍ରତ୍ୟକ୍ଷ ସୁନାରେ ରୂପାନ୍ତରିତ କରିପାରିବେ । ସାରା ଭାରତରେ ଥିବା ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ୧୧୬ରୁ ଅଧିକ ରିଟେଲ୍ ଷ୍ଟୋର୍‌ରୁ ଗ୍ରାହକମାନେ ଡିଜିଟାଲ୍ ସୁନାକୁ ବଦଳାଇ ଅସଲି ସୁନା ନେଇପାରିବେ । ଗ୍ରାହକମାନେ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ରହି ଡିଜି ଗୋଲ୍ଡ ପୋର୍ଟାଲ୍ ଓ ୱେବ୍‌ସାଇଟ୍‌ରେ ସୁନାକୁ ଅନ୍‌ଲାଇନ୍‌ରେ ବିକ୍ରି କରିପାରିବେ ।

ଏହି ଅବସରରେ ଶ୍ରୀଯୁକ୍ତ ଶୁଭଙ୍କର ସେନ୍‌, ସିଇଓ, ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ କହିଛନ୍ତି ଯେ, “ଆମର ନିଜସ୍ୱ ପ୍ଲାଟ୍‌ଫର୍ମ ଡିଜି ଗୋଲ୍ଡ- ଜ୍ଞଚ୍ଚୟସଶସଶକ୍ଟକ୍ଷୟ.ମକ୍ଟଜ୍ଞ ଜରିଆରେ ଆମର ସମ୍ମାନଜନକ ଗ୍ରାହକଙ୍କ ପାଇଁ ଅନ୍‌ଲାଇନ୍‌ ଡିଜିଟାଲ୍ କାରବାର ବ୍ୟବସ୍ଥା ଆରମ୍ଭ କରିଥିବାରୁ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସରେ ଆମେ ଗର୍ବିତ । ଏହି ନୂତନ ପ୍ଲାଟ୍‌ଫର୍ମ ଆମ ଗ୍ରାହକମାନଙ୍କୁ ସୁରକ୍ଷିତ ଓ ସହଜରେ ମୂଲ୍ୟ ଓ ସଂପତ୍ତି ସୃଷ୍ଟି କରିବାର ନମନିୟତା ପ୍ରଦାନ କରିବ ।’’ ଗ୍ୟାରେଂଟି ଶୁଦ୍ଧତା, ସହିତ ଡିଜି ଗୋଲ୍ଡ ସଠିକ୍ ମୂଲ୍ୟ ପ୍ରଦାନ କରୁଛି । ୧୦୦% ବୀମା ସୁରକ୍ଷା ସହିତ ଅତ୍ୟନ୍ତ ସୁରକ୍ଷିତ ଭାବେ ସୁନାକୁ ରଖାଯିବ ଯାହା ମାନ୍ୟତାପ୍ରାପ୍ତ ଟ୍ରଷ୍ଟି ଦ୍ୱାରା ପରିଚାଳିତ ହେବ । ଗ୍ରାହକମାନେ ଜ୍ଞଚ୍ଚୟସଶସଶକ୍ଟକ୍ଷୟ.ମକ୍ଟଜ୍ଞ ଜରିଆରେ ନିରବଚ୍ଛିନ୍ନ ସୁନା କାରବାର ଉପଭୋଗ କରିପାରିବେ ଓ କିଣାକିଣି କରିପାରିବେ ଏବଂ ସାରା ଭାରତରେ ଥିବା ସେନ୍‌କୋ ଗୋଲ୍ଡ ଷ୍ଟୋର୍ ଜରିଆରେ ଯେକୌଣସି ସମୟରେ ତାହାକୁ ରିଡିମ୍ କରିପାରିବେ ।

Exit mobile version