ବାଲିଗୁଡା ଏନ ଏସି କର୍ମଚାରୀ ଙ୍କୁ ଆକ୍ରମଣ ଘଟଣାରେ – ତିନି ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ଭବାନୀ ଶଙ୍କର ଦୋରାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ଅବନୀ ନାୟକ, ପିଣ୍ଟୁ ସେଠୀ, ମିଥୁନ ସାହୁ ।

ଏମାନଙ୍କ ବିରୁଦ୍ଧରେ କେଶ ନମ୍ବର ୧୫୨/୨୧ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି । ସୁଚନା ଯୋଗ୍ୟ ଯେ ଗତ ୨ ତାରିଖ ଦିନ ଏନଏସିର ଏକ ଠିକା କାମକୁ ନେଇ ଯୁକ୍ତିତର୍କ ହୋଇଥିଲା ତାପରେ ବସଷ୍ଟାଣ୍ଡ ନିକଟରେ ୨୦ରୁ ଉର୍ଦ୍ଧ ଯୁବକ ମରଣାତ୍ମକ ଆକ୍ରମଣ କରିଥିଲେ । (ରିପୋର୍ଟ,ସଞ୍ଜୟ କୁମାର ପାଣିଗ୍ରାହୀ)

Exit mobile version