ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ : ଦୁଇଜଣ ଗୁରୁତର ଫୁଲବାଣୀ ମେଡିକାଲରେ ଭର୍ତ୍ତୀ

ଓଡ଼ିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ସୋମବାରବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତ ଲଦର୍‌ଗାଁ ନିକଟରେ ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ଶେଷର ଗାଁର ଚମ୍ପାଳ ପାଟମାଝୀ ଓ ରିବିଶ ପାଟମାଝୀ । ଗୁରୁତର ନାଙ୍ଗୁ ମୁଠାମାଝୀ ଓ ମେଟଲା ପାଟମାଝୀଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି ।

 

ସୂଚନା ପ୍ରକାରେ କରୋନା ଟିକା ନେବା ଲାଗି ୪ଜଣ ଭଣ୍ଡରଙ୍ଗି ପଞ୍ଚାୟତରୁ ତୁମୁଡ଼ିବନ୍ଧ ଡାକ୍ତରଖାନାକୁ ଆସିଥିଲେ । ଟିକା ନେଇସାରିବାପରେ ସେମାନେ ଚାଲି ଚାଲି ଭଣ୍ଡରଙ୍ଗିକୁ ଫେରୁଥିବା ସମୟରେ ହଠାତ୍ ପଛରୁ ଏକ ପିକ୍‌ଅପ୍‌ ଭ୍ୟାନ୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଚମ୍ପାଳ ଓ ରିବିଶଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ନାଙ୍ଗୁ ଓ ମେଟଲା ଗୁରୁତର ହୋଇଥିଲେ । ସେମାନଙ୍କୁ ତୁମୁଡ଼ିବନ୍ଧ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ପଠାଯାଇଛି । (ରିପୋର୍ଟ/ସଞ୍ଜୟ କୁମାର ପାଣିଗ୍ରାହୀ )

Exit mobile version