ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ଙ୍କୁ କୃତଜ୍ଞତା

ଓଡ଼ିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ସୋମବାରନୂଆଗାଁ :- ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ସୁପାରିଶ କ୍ରମେ ମାନ୍ୟବର ରାଜ୍ୟ ବିଜେଡ଼ି ସଭାପତି ତଥା ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନୟାଗଡ ଜିଲ୍ଲା ବିଜେଡ଼ି କମିଟି ଘୋଷଣା କରାଯାଇଛି । ନୟାଗଡ ଜିଲ୍ଲା ବିଜେଡ଼ି କମିଟି ରେ ନୂଆଗାଁ ବ୍ଲକ୍ ରୁ ୬ ଜଣ ମନୋନୀତ ହୋଇଛନ୍ତି । ନୟାଗଡ ଜିଲ୍ଲା ବିଜେଡ଼ି ଉପ ସଭାପତି ଭାବେ ଦିଲ୍ଲୀପ କୁମାର ଦଳ ବେହେରା,ସାଧାରଣ ସମ୍ପାଦକ ଭାବେ ଅନ୍ତର୍ଯ୍ୟାମୀ ସ୍ୱାଇଁ,ସମ୍ପାଦକ ଭାବେ ବିଜୟ କୁମାର ଶାସମଲ୍,ସୂର୍ଯ୍ୟ ନାରାୟଣ ସାହୁ, ନିରଞ୍ଜନ ନାୟକ ଏବଂ ସାମାଜିକ ଗଣ ମାଧ୍ୟମରେ ସଞ୍ଜୟ କୁମାର ସାହୁ ମନୋନୀତ ହୋଇଛନ୍ତି ।

ନୟାଗଡ ଜିଲ୍ଲା ବିଜେଡ଼ି କମିଟି ରେ ମନୋନୀତ କରାଯାଇଥିବା ରୁ ରାଜ୍ୟ ବିଜେଡ଼ି ସଭାପତି ତଥା ଦଳ ର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ସହିତ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଙ୍କୁ ନବ ମନୋନୀତ ସଦସ୍ୟ ମାନେ କୃତଜ୍ଞତା ପ୍ରଦାନ କରିଛନ୍ତି  । ତତ୍ ସହିତ ତୃଣମୂଳ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଦଳକୁ ଅଧିକରୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version