ସାମାଜିକ ସଂଗଠନ “ମାଟିର ସ୍ବର” ତରଫରୁ “ବିମୂଦ୍ରିକରଣ ଓ ମୂଦ୍ରିକରଣ ଫାଶରେ ଭାରତ ” ଜାତୀୟ ସମସ୍ୟା ସମ୍ପର୍କୀତ ରାଜ୍ୟ ସ୍ତରୀୟ ଏକ ଭର୍ଚୁଆଲ ଆଲୋଚନା ସଭା

ଓଡ଼ିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ସୋମବାରନୟାଗଡ଼ ଜିଲ୍ଲା :- ସାମାଜିକ ସଂଗଠନ “ମାଟିର ସ୍ବର” ତରଫରୁ “ବିମୂଦ୍ରିକରଣ ଓ ମୂଦ୍ରିକରଣ ଫାଶରେ ଭାରତ ” ଜାତୀୟ ସମସ୍ୟା ସମ୍ପର୍କୀତ ରାଜ୍ୟ ସ୍ତରୀୟ ଏକ ଭର୍ଚୁଆଲ ଆଲୋଚନା ସଭା ତା 10/9/21 ରିଖ ସନ୍ଧ୍ୟା 6 ଘଟିକା ସମୟରେ ଅନୁଷ୍ଠିତ ହେବ। ଏହି ଆଲୋଚନାରେ ମୂଖ୍ୟ ଆଲୋଚକ ଭାବେ ବରିଷ୍ଠ ଅର୍ଥନୀତିଜ୍ଞ, ସ୍ତମ୍ଭକାର ତଥା ସମାଜ ଚିନ୍ତକ ଡଃ ସନ୍ତୋଷ କୁମାର ମହାପାତ୍ର ଏବଂ ବରିଷ୍ଠ ସ୍ତମ୍ଭକାର ତଥା ସାମ୍ ବାଦୀ ନେତା ଶ୍ରୀଯୁକ୍ତ ସନ୍ତୋଷ ଦାସ ଯୋଗଦାନ କରିବେ ।

ଏହି କାର୍ଯ୍ୟକ୍ରମକୁ “ମାଟିର ସ୍ବର” ସଂଗଠନର ସମୀକ୍ଷକ, ବରିଷ୍ଠ ସ୍ତମ୍ଭକାର ତଥା ସୁସାହିତ୍ୟିକ ଶ୍ରୀଯୁକ୍ତ ସୂର୍ଯ୍ୟମଣି ମିଶ୍ର ମହୋଦୟ ସଂଯୋଜନା କରିବେ । ଆମ ଦେଶର ଅର୍ଥନୈତିକ ସଂକଟ ଓ ଘରୋଇକରଣ ସମସ୍ୟା ଅତି ଜଟିଳ ପରିସ୍ଥିତିରେ ପହଞ୍ଚିଥିବା ସମୟରେ ଏଭଳି ଆଲୋଚନାର ଗୁରୁତ୍ୱ ଯଥେଷ୍ଟ ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Exit mobile version