କଳାହାଣ୍ଡି :- ଗୁରୁ ଦିବସରେ ଗୁରୁ ପୂଜନ ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ସୋମବାର) କଳାହାଣ୍ଡି :- ପବିତ୍ର ଗୁରୁ ଦିବସରେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ପାଳନ ସହ ଗୁରୁଜୀ ଓ ଗୁରୁମାଙ୍କୁ ପୂଜନ କରାଯାଇଛି। ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ପ୍ରଧାନଶିକ୍ଷକ ମଧୁସୂଦନ ଦାଶ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା କରିଥିଲେ। ଗୁରୁ ଶିଷ୍ୟର ପରମ୍ପରା ଉପରେ ଶିକ୍ଷକ କେଶବ ଚନ୍ଦ୍ର ମହାପାତ୍ର ଓ ନୃସିଂହ ଚରଣ ଦଲାଇ ଛାତ୍ର ଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ଉପସ୍ଥିତ ଛାତ୍ର ଛାତ୍ରୀମାନେ ପୁଣି ଗୁରୁଙ୍କୁ ସମ୍ମାନ ଜଣାଇ ଗୁରୁ ପୂଜନ କରିଥିଲେ।

ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡଠାରେ ମଧ୍ୟ ଏ ବର୍ଷ କରୋନା ମହାମାରୀକୁ ଆଖି ଆଗରେ ରଖି କରୋନା କଟକଣାରେ ଗୁରୁ ଦିବସ ପାଳନ ହୋଇଛି। ଗୁରୁଜୀ ହେମନ୍ତ କୁମାର ଭୋଇ, ଜୟଶଙ୍କର ରାଉତ, ବିମଳ ନାଏକ, ରମେଶ ଚନ୍ଦ୍ର ତ୍ରିପାଠୀ, ପ୍ରଦୀପ କୁମାର ଗଉଡ, ଲୋଚନ ସାହୁ, ସସ୍ମିତା ପୁଟେଲ, ଜୟଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରିଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version