ବାଙ୍କୀ ରେ ଗୁରୁଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାରବାଙ୍କୀ :- ବାଙ୍କୀ ର ବିଭିନ୍ନ ସ୍ଥାନରେ  ଗୁରୁ ଦିବସ ପାଳନ କରାଯାଇଛି।ବାଙ୍କୀର ଶତାୟୁ ସ୍କୁଲ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ଆଜି ଗୁରୁଦିବସ ପାଳିତ ହୋଇଯାଇଛି । ବି.କେ.ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦେବାଶିଷ ହାଜରାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ସର୍ବପଲ୍ଲି ରାଧାକୃଷ୍ଣଙ୍କ ଜନ୍ମ ଦିବସ ଉପଲକ୍ଷେ  ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ  କରାଯାଇଥିଲା । ଏଥିରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ.ଅମରେନ୍ଦ୍ର ମିଶ୍ର, ଶିକ୍ଷାବିତ୍ ଶରତ ଚନ୍ଦ୍ର ମହାପାତ୍ର, ମୋ ସ୍କୁଲ ସଭାପତି ବକ୍ସି ସୁଧାଂଶୁ ରଞ୍ଜନ ପଟ୍ଟନାୟକ , ସମବାୟବିତ୍ ସୁବାସ ଚନ୍ଦ୍ର ପାଢୀଙ୍କ ସମେତ ବହୁବ୍ୟକ୍ତି ଯୋଗଦେଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର ବେଦପାଠ କରିଥିବା ବେଳେ ବିଦ୍ୟାଳୟରେ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ଗୁରୁବନ୍ଦନା ଗାନ କରାଯାଇଥିଲା ।

ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, କାହ୍ନୁ ଚରଣ ସାହୁ, ସୁବୋଧ ଚନ୍ଦ୍ର ବେହେରା, ଶିକ୍ଷୟତ୍ରୀ ନିବେଦିତା ଜେନା, ଜ୍ୟୋର୍ତିମୟୀ ପଣ୍ଡା, ମିନୁଶ୍ରୀ ମଲ୍ଲିକ, ଅନୁପମା ସାହୁ, ପୁନମ୍ କୁମାରୀ ଗୁପ୍ତା, ଜୁଲେଖା ଫାରାହା, ଜ୍ୟୋର୍ତିମୟୀ ରାଉତ, ସନ୍ଧ୍ୟାରାଣୀ ପାଢ଼ୀ ,ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ଯୋଗଦେଇଥିଲେ ।ଆଜି ବାଙ୍କୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଗୁରୁଦିବସ ପାଳିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ଆଦିତ୍ୟ ପ୍ରସାଦ ପାଣି ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ସଂପାଦକ ଆଇନଜୀବି ସନ୍ତୋଷ କୁମାର ରଣା ସ୍ୱାଗତ ଭାଷଣ ଦେଇ ଆଜିର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହ ଗୁରୁଦିବସ ଉପଲକ୍ଷେ ଗୁରୁମାନଙ୍କର ଭୂମିକା ଓ ଛାତ୍ରଛାତ୍ରୀମାନଙ୍କର କର୍ତ୍ତବ୍ୟ ସଂପର୍କରେ ଆଲୋଚନା କରିଥିଲେ । ଅଧ୍ୟକ୍ଷା ପ୍ରୀତିମଞ୍ଜରୀ ସାହୁ ଉପସ୍ଥିତ ରହି ଗୁରୁଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

ଡମପଡ଼ା ବ୍ଲକ ପାଟପୁର ଗ୍ରାମର ଶ୍ରୀରାମ ନାଟ୍ୟ ସଂସଦ ଆନୁକୁଲ୍ୟରେ ପୂର୍ବତନ ରାଷ୍ଟ୍ରପତି ଡଃ.ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍‌ଙ୍କ ଜୟନ୍ତୀ ଉପଲକ୍ଷେ ଗୁରୁଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଅଶୋକ କୁମାର ବେହେରା ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍‌ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶିଶୁମାନଙ୍କୁ ଆଜିର ଦିବସ ସଂପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ କାଳନ୍ଦୀ ବେହେରା, ବାଉରୀ ବନ୍ଧୁ, ପଦ୍ମଲୋଚନ ସ୍ୱାଇଁ, ନିରାକାର ସାହୁ ଇତ୍ୟାଦି ସହଯୋଗ କରିଥିଲେ ।

Exit mobile version