ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ମହିଳା ଶିଖା ର ଗୁରୁ ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାର ବରଗଡ଼ :- ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ମହିଳା ଶିଖା ପକ୍ଷରୁ ଆଜି ଭଟଲି ତେଜାଗଲା ସ୍ଥିତ ଅର୍ବାନ ହୋମ(ବରଗଡ଼ ଏଡୁକେଶନାଲ ହଷ୍ଟେଲ) ପରିସରରେ ପାଳନ କରିଯାଇଥିଲା । ମଞ୍ଚ ର ସଭ୍ୟ ସଭ୍ୟା ମାନେ ଏହି ଅବସରରେ ପାଠପଢ଼ା ପାଇଁ ଉତ୍ସାହିତ କରିବା ସକାଶେ ସେଠାରେ ରହି ପାଠ

ପଢୁଥିବା ଅନ୍ତେବାସୀ ବାଳକ ବାଳିକାମାନଙ୍କୁ ପାଠ୍ୟପୁସ୍ତକ,ଖାତା,କଲମ ବଣ୍ଟନ କରିଥିଲେ । ସେହିପରି ଆଶ୍ରମ ପରିବେଶ କୁ ସବୁଜ ସୁନ୍ଦର କରିବା ପାଇଁ ଅନ୍ତେବାସୀଙ୍କ ସହ ବୃକ୍ଷ ରୋପଣ କରିଥିଲେ । ଅର୍ବାନ ହୋମର ତତ୍ବାବଧରକ ସିମୋନ ନନ୍ଦଙ୍କ ସହ ମଞ୍ଚ ର ସଭ୍ୟା ମାନେ ଉପସ୍ଥିତ ଥିଲେ ।

Exit mobile version