“ମାଟିର ସ୍ୱର”

ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାର) ଦଶପଲ୍ଲା :- ଦଶପଲ୍ଲା ତରଫରୁ ଆସନ୍ତା ସେପ୍ଟେମ୍ବର ମାସ ବାର ତାରିଖ ଅପରାହ୍ନ ୨ଟାରୁ 4ଟା ସମୟ ପର୍ଯ୍ୟନ୍ତ ଦୁଇ ଘଣ୍ଟା ଅବଧିର ରାଜ୍ୟ ସ୍ତରୀୟ ବୈପ୍ଳବିକ କବିତା ପାଠୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ସମାଜର ସକାରାତ୍ମକ ଚିନ୍ତାଧାରାକୁ ଯୁବପିଢି ହୃଦୟରେ ନବଉନ୍ମେଷ କରାଇବା ଏହାର ମୂଳ ଲକ୍ଷ୍ୟ ଅଟେ ।

ନୟାଗଡ଼ ଜିଲ୍ଲାରେ ନୂତନ କବିଙ୍କୁ ସୁଯୋଗ ଦେଇ ପ୍ରତିଷ୍ଠିତ କରାଇବା ସଙ୍ଗେ ସଙ୍ଗେ ସାହିତ୍ୟ ସଭାଗୁଡିକରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ “ମାଟିର ସ୍ୱର” ସୃଷ୍ଟି ବୋଲି କାର୍ଯ୍ୟକ୍ରମ ପରିଚାଳକ, ସଂଯୋଜକ ତଥା ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରଭାତ କୁମାର ସାହୁ ଜଣାଇଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ କଣ୍ଠଶିଳ୍ପୀ, ବେତାର କେନ୍ଦ୍ର ଜୟପୁର, କବିତା ସଂଯୋଜନା କରିବେ । ଓଡ଼ଗାଁ ମାଟିର ବରିଷ୍ଠ ବୈପ୍ଳବିକ କବି ଓ ସାହିତ୍ୟିକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମାଝୀ ବିଚାରକ ଭାବରେ ଯୋଗଦାନ କରିବା ସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ ଶାନ୍ତନୁ ବିଶୋଇ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିବେ । ଗୁଗୁଲ ମିଟ ମାଧ୍ୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଲିଙ୍କ୍ ସାମାଜିକ ଗଣମାଧ୍ୟମରେ ଉପଯୁକ୍ତ ସମୟରେ ଦିଆଯିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି ଏବଂ ବହୁ ସଂଖ୍ୟକ କବି, କବୟିତ୍ରୀ ଏହି ଭର୍ଚୁଆଲ ସଭାରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଅନୁରୋଧ କରାଯାଇଛି ।

Exit mobile version