ପବିତ୍ର ଗୁରୁ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ରୁ ୫୮ୟୁନିଟ୍ ରକ୍ତ ସଂଗୃହୀ

ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାର) ବରଗଡ଼ :- ଆଜି ପବିତ୍ର ଗୁରୁ ଦିବସ ଅବସରରେ ଭେଡେନ ସ୍ଥିତ ଜ୍ଞାନ ଡିଫେନ୍ସ କୋଚିଂ ସେଣ୍ଟର ଓ ନିଷ୍ଠା ପରିବାର ର ମିଳିତ ଆନକୂଲ୍ୟରେ ଭେଡେନ, ବରଗଡ଼ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।  ଏହି ଶିବିର ରେ ଅତିଥି ଭାବରେ ଅରୁଣ କୁମାର ପଣ୍ଡା,ଗଙ୍ଗାଧର ଦାସ,ଶ୍ରୀକାନ୍ତ କୁମାର ପ୍ରଧାନ, ଲୋଚନ କୁମାର ଭୋଇ ଯୋଗ ଦେଇଥିଲେ ।

ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୮ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ନିଷ୍ଠା ର ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ )

Exit mobile version