ଭାଇଚାରା ର ବାର୍ତ୍ତା ଦେଲା ନୂଆଁଖାଇ ଯୋଟ ଯାଟ୍ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାର) ବରଗଡ଼ :- ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ କୁ ଆଉ କେଇ ଦିନ ବାକି ଥିବା ବେଳେ ଗରିବ, ଅସହାୟ, ନିଷ୍ପେସିତ ଙ୍କ ମୁହଁରେ ହସ ଫୁଟେଇବା ପାଇଁ ଅଢ଼ିଆ ଭେଟ ଦେବା କାର୍ଯ୍ୟକ୍ରମ ନୂଆଁଖାଇ ଯୋଟଯାଟ ଅନୁଷ୍ଠିତ ହୋଇଛି। ବରଗଡ଼ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ଏହି ଯୋଟଯାଟ କାର୍ଯ୍ୟକ୍ରମ କୁ ସମ୍ବିଧାନ ସୁରକ୍ଷା ମଂଚ ଆୟୋଜିତ ହେଉଥିବା ବେଳେ ୪୦ ଜଣ ଙ୍କୁ ଅଢ଼ିଆ ଭେଟ ଦିଆ ଯାଇଥିଲା । ଯେଉଁଥିରେ ନୂଆ ଧାନ, ଚାଉଳ,ଡାଲି, ପନିପରିବା, ନୂଆ ବସ୍ତ୍ର ଦିଆ ଯାଇଥିଲା ।

ଏହି ଅବସର ରେ କେନ୍ସର ହସ୍ପିଟାଲ ଆନ୍ଦୋଳନ ର ଅଗ୍ରଣୀ ସଂଗଠନ ଫାଇଟର ଗ୍ରୁପ, ୟୁନାଇଟ ଫୋରମ କୁ ସମ୍ମାନିତ କରାଯାଇଥିଲା । ସେହିପରି ସାମାଜିକ ସଂଗଠନ ସଂକଳ୍ପ ପରିବାର କୋଭିଡ ସମୟରେ ଲୋକଙ୍କୁ ସହାୟତା ଯୋଗାଇ ଥିବାରୁ ସମ୍ମାନିତ କରାଯାଇଥିଲା । ଅନ୍ୟ ଜଣେ ସମାଜ ସେବୀ କାଶ୍ମୀର ସିଂ ଯିଏ ନିଜ ଜୀବନ କୁ ଗୋ ସେବା କାର୍ଯ୍ୟ ରେ ନିୟୋଜିତ ହୋଇଥିବାରୁ ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ମୁଖ୍ୟ ଅତିଥି ଭାବେ ପ୍ରଫେସର ରବୀନ୍ଦ୍ର ପ୍ରଧାନ ଯୋଗ ଦେଇ ଥିଲେ । ସଂସ୍ଥାପକ ପବିତ୍ର ଦେହେରି ଉଦେଶ୍ୟ ଜ୍ଞାପନ କରିଥିଲେ, ଚାଷୀ ନେତା ରମେଶ ମହାପାତ୍ର,ସମାଜ ସେବୀ ଅଲିମ ରିଜବି, ଗୁରୁପ୍ରୀତ ସିଂ, ମରିୟମ ବାର୍ଳା,ବାସମତି ବଂଛୋର,ଅନୁ ଭୋଇ,ସ୍ୱାମୀ ଧ୍ୟାନ ଦୀପକ,ଲକ୍ଷ୍ମଣ ସୁନା, ଅରୁଣ ,ସାବିତ୍ରୀ ବାଇ ଫୁଲେ ସଂଗଠନ ର ଟିକେଶ୍ୱରୀ ଛତର ଓ ଅନ୍ୟମାନେ, ଆମ୍ ଆଦମୀ ପାର୍ଟି ର ଭବାନୀ ସାହୁ, ଯଶୋବନ୍ତି ପୋଢ଼, ଆଡ଼ଭୋକେଟ ରମେଶ ପତି ଓ ଅନ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ) 

Exit mobile version